ଚାଲିଛି ପ୍ରେମ ସପ୍ତାହ, ଆକାଶ ଛୁଆ ଗୋଲାପ ଦର

ଚାଲିଛି ପ୍ରେମ ସପ୍ତାହ, ଆକାଶ ଛୁଆ ଗୋଲାପ ଦର

ବିଶେଷ ଖବର

ଭୁବନେଶ୍ୱର: ଭାଲେଣ୍ଟାଇନ ଡେ ପାଇଁ ବଜାର ଏବେଠାରୁ ଭିଡ଼ ଧରିଲାଣି । ବେଙ୍ଗାଲୁରୁ, ହାଇଦରାବାଦ ଭଳି ମହାନଗରୀରେ ଗ୍ରାହକମାନେ ଚଢ଼ା ଦରରେ ଗୋଲାପ ଫୁଲ ବରାଦ ଦେବାରେ ଲାଗିଛନ୍ତି । ଅନ୍ୟଦିନରେ ଗୋଲାପ ଫୁଲ ଗୋଟା ପିଛା ୫-୬ ଟଙ୍କାରେ ବିକ୍ରି ହୁଏ, କିନ୍ତୁ ଭାଲେଣ୍ଟାଇନ ଦିନ ପାଇଁ ଦର ୧୫-୨୦ ଟଙ୍କାକୁ ବଢ଼ିବ । ଚଳିତ ଥର ଗୋଲାପ ଉତ୍ପାଦନ ବି କମ୍‌ ହୋଇଛି ବୋଲି ଚାଷୀ ଭାଇମାନେ କହିଛନ୍ତି । ୫୦-୬୦%କମ୍‌ ଫୁଲ ଉତ୍ପାଦନ ହେବାରୁ ବଜାରରେ ଦର ଚଢ଼ା ରହିବା ସ୍ୱାଭାବିକ ।

କର୍ଣ୍ଣାଟକର ଅଧିକାଂଶ ଜମିରେ ଗୋଲାପ ଉତ୍ପାଦନ ଭଲରେ ହୁଏ । ସେଥିପାଇଁ ସେଠିକା ଗୋଲାପ ପୂରା ଦେଶବିଦେଶକୁ ରପ୍ତାନୀ କରାଯାଉଛି । ଚାଷୀ ଭାଇମାନେ କହିଛନ୍ତି, ନଭେମ୍ବର ଶେଷ ସପ୍ତାହରୁ ସେମାନଙ୍କୁ ଫୁଲ ବଜାରରୁ ଯୋଗାଯୋଗ କରାଗଲା । କରୋନା କଟକଣାରେ ଦୁଇ ବର୍ଷ ଭଲରେ ଏସବୁ ଦିନ ପାଳନ କରାଯାଇନି । ତେଣୁ ବଜାରରେ ଏବର୍ଷ ଗହଳିଚହଳି ନିଶ୍ଚୟ ଲାଗିବ । ତାଜମହଲ ପ୍ରଜାତି ଗୋଲାପ ପାଇଁ ଦିଲ୍ଲୀ, ମୁମ୍ବାଇରୁ ବରାଦ ଆସୁଛି । ବିଭିନ୍ନ ରଙ୍ଗ ମଧ୍ୟରେ ହଳଦୀ ଗୋଲାପ ଓ ଲାଲ ଗୋଲାପର ଚାହିଦା ଏଇ ସମୟରେ ବଢ଼ିଯାଏ । 



Powered by Froala Editor