ଜିଲ୍ଲାସ୍ତରୀୟ ପାଣିପଞ୍ଚାୟତ ଉତ୍ସବ ପାଳିତ

ଜିଲ୍ଲାସ୍ତରୀୟ ପାଣିପଞ୍ଚାୟତ ଉତ୍ସବ ପାଳିତ

ରାଜ୍ୟ ଖବର

ଜିଲ୍ଲାସ୍ତରୀୟ ପାଣିପଞ୍ଚାୟତ ଉତ୍ସବ ପାଳିତ 
*******************************
 ବରଗଡ:୦୮ / ୦୨: ଆଜି ବରଗଡ଼ କେନାଲ କଲୋନୀ ପରିସରରେ ଥିବା ପାଣି ପଞ୍ଚାୟତ ଭବନଠାରେ ଜିଲ୍ଲାସ୍ତରୀୟ ପାଣିପଞ୍ଚାୟତ ଉତ୍ସବ ପାଳିତ ହୋଇ ଯାଇଛି   l ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତା ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଦେବେଶ ଆଚାର୍ଯ୍ୟ, ବିଧାୟକ ବରଗଡ଼, ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ମାନିନୀ ଭୋଇ, ଅଧ୍ୟକ୍ଷ ଜିଲ୍ଲା ପରିଷଦ ବରଗଡ଼, ସୁରେଶ୍ଵର ଶତପଥୀ, ପ୍ରତିନିଧି ସାଂସଦ ବରଗଡ଼, ଇଞ୍ଜିନିୟର ସରୋଜ କାନ୍ତ ମିଶ୍ର, ମୁଖ୍ୟ ଯନ୍ତ୍ରୀ କେନାଲ ମଣ୍ଡଳ ବୁର୍ଲା, ଯୋଗ ଦେଇଥିଲେ lପାଣିର ସୁଷମ ବଣ୍ଟନ ଉପରେ ଗୁରୁତ୍ଵଆରୋପ କରି ଶ୍ରୀ ଆଚାର୍ଯ୍ୟ ଡ୍ରିପ ପଦ୍ଧତିରେ ଅଣଧାନ ଚାଷ କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ l ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ଚାଷୀମାନଙ୍କୁ ଜୈବିକ ଚାଷ ଉପରେ ପ୍ରାଧାନ୍ୟ ଦେବା ସହିତ ତଳ ଅଞ୍ଚଳରେ ଜଳର ସୁଷମ ବଣ୍ଟନ ଯେପରି ସଠିକ ଭାବରେ ହେଇପାରିବ ସେ ଉପରେ ଆଲୋକପାତ କରିଥିଲେ l 
    ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ l ଚାଷୀ ଅଜିତ ସାହୁ, ଜଗଦାନନ୍ଦ ମିଶ୍ର ଚାଷୀମାନଙ୍କର ବିଭିନ୍ନ ସମସ୍ୟା ବୈଠକରେ ଉପସ୍ଥାପନ କରିଥିଲେ l ଉତ୍ସବରେ ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷୀ, ଜନ ପ୍ରତିନିଧି, ବିଭାଗୀୟ ଅଧିକାରୀ ଯୋଗ ଦେଇଥିବା ବେଳେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ l ଅଧ୍ୟାପିକା ସଙ୍ଘମିତ୍ରା ମିଶ୍ର ସଭା ସଂଯୋଜନା କରିଥିବା ବେଳେ, ଇଞ୍ଜିନିୟର ବିଶ୍ଵଜିତ ପାଣିଗ୍ରାହୀ, ଅଧିକ୍ଷଣ ଯନ୍ତ୍ରୀ, ବରଗଡ଼ ଜଳ ସେଚନ ବିଭାଜନ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତି କଲ୍ୟାଣୀ ଦାଶ ଜଣାଇଛନ୍ତି।

Powered by Froala Editor