ଅନ୍ୟାୟ ରିଭର୍ଟ ପ୍ରତିବାଦରେ କେନ୍ଦୁପତ୍ର  ରେଞ୍ଜ ହେଡ ଚେକର ଲୁଚନ ମୁନାଙ୍କ ସପରିବାର ଧାରଣା ଦେବେ

ଅନ୍ୟାୟ ରିଭର୍ଟ ପ୍ରତିବାଦରେ କେନ୍ଦୁପତ୍ର ରେଞ୍ଜ ହେଡ ଚେକର ଲୁଚନ ମୁନାଙ୍କ ସପରିବାର ଧାରଣା ଦେବେ

ରାଜ୍ୟ ଖବର

ଅନ୍ୟାୟ ରିଭର୍ଟ ପ୍ରତିବାଦରେ କେନ୍ଦୁପତ୍ର  ରେଞ୍ଜ ହେଡ ଚେକର ଲୁଚନ ମୁନାଙ୍କ ସପରିବାର ଧାରଣା ଦେବେ
****************************
ପଦ୍ମପୁର / ବରଗଡ : ଅନ୍ୟାୟ ରିଭର୍ଟ ପ୍ରତିବାଦରେ ଲୁଚନ ମୁନାଙ୍କ ସପରିବାର ଧାରଣା ଦେବେ ବୋଲି ଲୁଚନ ମୁନା ଡିଏଫ୍‌ଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି । ସୂଚନା ଅନୁସାରେ ଝାରବନ୍ଧ କେନ୍ଦୁପତ୍ର ପୂର୍ବ ରେଞ୍ଜ ଚୁହାପାଲିଠାରେ ଲୁଚନ ମୁନା ହେଡ ଚେକର ଭାବରେ କାର୍ଯ୍ୟରତ ଥିଲେ । କେନ୍ଦୁପତ୍ର ସଂସ୍ଥାରେ ଦୀର୍ଘ ୩୬ ବର୍ଷ କାମ କରିଛନ୍ତି । କିନ୍ତୁ କୌଣସି କାରଣ ନ ଥାଇ ବଲାଙ୍ଗିର ସିସିଏଫ୍‌ ଗତ ୨୨/୧୦/୨୦୨୨ରେ ହେଡ ଚେକରରୁ ସର୍କଲ ଚେକର କରିଛନ୍ତି । ଲୁଚନ ମୁନାଙ୍କ କହିବା ଅନୁସାରେ ମୋର କୌଣସି ଦୁର୍ନୀତି କିମ୍ବା କାର୍ଯ୍ୟରେ ଅବହେଳା କରିବା ନଜିର ନାହିଁ । ଯଦି କୌଣସି ଅଭିଯୋଗ ଥିଲେ ତଦନ୍ତ କିମ୍ବା କୈଫିୟତ ତଳବ କରିଥାନ୍ତେ । ଆକ୍ରୋଶ ମନୋଭାବ ରଖି ରିଭର୍ଟ କରିଛନ୍ତି । କିନ୍ତୁ ତତ୍‌କାଳୀନ ଝାରବନ୍ଧ ରେଞ୍ଜର ରୀନା ବନଛୋର ୭୦ ବସ୍ତା କେନ୍ଦୁପତ୍ର ବିକ୍ରି କରିଦେଲେ, ୨୦୧୪-୧୫ରେ ସୋହେଲାରେ କାର୍ଯ୍ୟରତ ଥାଇ ଚପଲ ଓ ବୋନସ ଟଙ୍କା ଖାଇଗଲେ ହେଲେ ତାଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନ କରି ବରଂ ପ୍ରମୋସନ ପାଇଲେ । ମୋ ପରି କର୍ମଠ, ସରଳ ବ୍ୟକ୍ତି ଉପରେ ଦାଉ ସାଧିଛନ୍ତି । ଏହାର କୌଣସି ସମାଧାନ ନ ହେଲେ ଆସନ୍ତା ୧୦ ତାରିଖରୁ ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଧାରଣା ଦେବାକୁ ବାଧ୍ୟ ହେବୁ ବୋଲି ଡିଏଫଓଙ୍କୁ ଲିଖିତ ଜଣାଇଛନ୍ତି ।

Powered by Froala Editor