ଏହି ଦିନଠୁ ନବମ ଏସ୍‌ଏ-୨ ପରୀକ୍ଷା

ଏହି ଦିନଠୁ ନବମ ଏସ୍‌ଏ-୨ ପରୀକ୍ଷା

ରାଜ୍ୟ ଖବର


କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ଦ୍ୱାରା ପରିଚାଳିତ ନବମ ଶ୍ରେଣୀ ସମେଟିଭ୍‌ ଆସେସମେଣ୍ଟ(ଏସ୍‌ଏ)-୨ ପରୀକ୍ଷା ଆସନ୍ତା ୨୦ ତାରିଖରୁ ୨୬ ତାରିଖ ପର୍ୟ୍ୟନ୍ତ ଚାଲିବ । ଏସ୍‌ଏ-୧ ପରୀକ୍ଷା ପରି ଏସ୍‌ଏ-୨ ପରୀକ୍ଷା ମଧ୍ୟ ଛାତ୍ରଛାତ୍ରୀମାନେ ନିଜ ସ୍କୁଲ୍‌ରେ ଦେବେ ।
ପରୀକ୍ଷା ପରିଚାଳନା, ମୂଲ୍ୟାୟନ ଏବଂ ମାର୍କ ଅପଲୋଡ୍‌ ଆଦି କାର୍ୟ୍ୟ ଧାର୍ୟ୍ୟ ନିୟମ ଅନୁସାରେ କିପରି ସଠିକ୍‌ ଭାବେ କରାଯାଇପାରିବ ଏ ବାବଦରେ ବିଦ୍ୟାଳୟ କର୍ତ୍ତୃପକ୍ଷମାନଙ୍କୁ ଅବଗତ କରିବା ଲାଗି ବୋର୍ଡ ପକ୍ଷରୁ ନିର୍ଦ୍ଦେଶନାମା ବୋର୍ଡର ୱେବ୍‌ସାଇଟ୍‌ରେ ଅପଲୋଡ୍‌ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଉକ୍ତ ୱେବ୍‌ସାଇଟ୍‌ ଡାଉନ୍‌ଲୋଡ୍‌ କରି ସେମାନଙ୍କ ନୋଡାଲ୍‌ ସେଣ୍ଟର, ନ୍ୟୁଟ୍ରାଲ୍‌ ଏବଂ ମେଣ୍ଟର ସ୍କୁଲ୍‌ ବାବଦରେ ସୂଚନା ପାଇପାରିବେ ।
ପରୀକ୍ଷା ପରେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା କେଉଁଠି ମୂଲ୍ୟାୟନ କରାଯିବ ସେ ବାବଦରେ ମଧ୍ୟ କର୍ତ୍ତୃପକ୍ଷ ବୋର୍ଡର ୱେବ୍‌ସାଇଟ୍‌ରୁ ଜାଣିବା ଲାଗି ବ୍ୟବସ୍ଥା ରହିଛି । ପରୀକ୍ଷା ଦିନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ଚାଲିବ । କେବଳ ଗଣିତ ପରୀକ୍ଷା ଲାଗି ଅତିରିକ୍ତ ୧୫ ମିନିଟ୍‌ ସମୟ ଅଧିକ ରହିଛି । ଅର୍ଥାତ୍‌ ଉକ୍ତ ପରୀକ୍ଷା ଦିନ ୧୦ଟାରେ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୧୫ ମିନିଟ୍‌ ପର୍ୟ୍ୟନ୍ତ ଚାଲିବ ।

Powered by Froala Editor