ଭୁବନେଶ୍ୱର : ପୁଣି ଉଠିଲା ଚାଉଳ କୋଟା ପ୍ରସଙ୍ଗ। କାରଣ ଏଥର ବଜେଟରେ କଟିଛି ଚାଉଳ କୋଟା। ଯାହାକୁ ନେଇ ଆଜି ବିଜେଡି ପ୍ରେସମିଟ୍ କରି ବର୍ଷିଛି। ଏହି ପ୍ରସଙ୍ଗରେ ଆଜି ବିଜେଡି ପ୍ରେସମିଟ୍ ରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ୟ୍ୟ ଏହାକୁ କେନ୍ଦ୍ରର ଚାଷୀ ବିରୋଧୀ ନୀତି କହି କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଧାନ ସଂଗ୍ରହ ବାବଦକୁ କେନ୍ଦ୍ର ବଜେଟରେ ୨୦ ହଜାର କୋଟି ଟଙ୍କା କଟିଛି। ଓଡ଼ିଶାରୁ ଚାଉଳ ସଂଗ୍ରହ କୋଟା ମଧ୍ୟ କେନ୍ଦ୍ର ୮୦ ଭାଗ କାଟିଛି । ୨୦୨୧-୨୨ ବର୍ଷ ତୁଳନାରେ ୨୦୨୩-୨୪ ବର୍ଷ ପାଇଁ କେନ୍ଦ୍ର ସରକାର ଆଗତ କରିଥିବା ବଜେଟ୍ ରେ ଖାଦ୍ୟସଶ୍ୟ ସଂଗ୍ରହ ବାବଦକୁ ୨୦ ହଜାର କୋଟି ଟଙ୍କାର ବ୍ୟୟବରାଦ କମାଇ ଦେଇଛନ୍ତି।
କେବଳ ସେତିକି ନୁହେଁ, ଓଡ଼ିଶାରୁ କେନ୍ଦ୍ର କିଣୁଥିବା ଚାଳଉର ପରିମାଣକୁ ମଧ୍ୟ ୮୦ ଭାଗ କମାଇ ଦେଇଛନ୍ତି। ଏହା ଦ୍ବାରା ବିଶେଷ କରି ଧାନ ଉତ୍ପାଦନ ଓ ଚାଉଳ ସଂଗ୍ରହରେ ପ୍ରମୁଖ ଭୂମିକା ନେଉଥିବା ପଶ୍ଚିମ ଓଡ଼ିଶାର ଚାଷୀକୂଳ ଉପରେ ବଜ୍ରପାତ ପଡିଛି ବୋଲି ବିଜେଡି ଅଭିଯୋଗ କରିଛି। ଚାଷୀମାନେ ମଧ୍ୟ ଉତ୍ପାଦିତ ଶସ୍ୟର ସର୍ବନିମ୍ନ ମୂଲ୍ୟ ପାଇବାରୁ ବଂଚିତ ହେବା ସଙ୍ଗେ ସଙ୍ଗେ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଧାନ ସଂଗ୍ରହ ପ୍ରଭାବିତ ହେବ ବୋଲି ଅଭିଯୋଗ ହୋଇଛି।
Powered by Froala Editor
