ଭୁବନେଶ୍ୱର : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଗୁଜରାଟ ଗାନ୍ଧିନଗରସ୍ଥିତ ଫରେନ୍ସିକ୍ ଲ୍ୟାବ୍ରେ ଅଭିଯୁକ୍ତ ଗୋପାଳ ଦାସର ପଲିଗ୍ରାଫ୍ ଟେଷ୍ଟ ହୋଇଛି । ଶୁକ୍ରବାର ମଧ୍ୟ ଏହି ଟେଷ୍ଟ କରାଯିବ । ସେହିପରି ନାର୍କୋ ଟେଷ୍ଟ ସହିତ ଅନ୍ୟାନ୍ୟ ମେଡିକାଲ୍ ଟେଷ୍ଟ ମଧ୍ୟ କରାଯିବ ବୋଲି କ୍ରାଇମବ୍ରାଞ୍ଚ୍ ସୂଚନା ଦେଇଛି । କ୍ରାଇମ୍ବ୍ରାଞ୍ଚ୍ ପକ୍ଷରୁ ତଦନ୍ତକାରୀ ଅଫିସର ଡିଏସ୍ପି ରମେଶ ଚନ୍ଦ୍ର ଦୋରାଙ୍କ ନେତୃତ୍ୱରେ ୮ ଜଣିଆ ଟିମ୍ ଗାନ୍ଧିନଗରସ୍ଥିତ ଏସ୍ଏଫ୍ଏଲ୍ରେ ରହି ଏସବୁ ସାଇଣ୍ଟିଫିକ୍ ତଦନ୍ତ କରାଉଛନ୍ତି । ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚ୍ ଏଡିଜି ଅରୁଣ ବୋଥ୍ରା ମଧ୍ୟ ଉପସ୍ଥିତ ରହି ତର୍ଜମା କରୁଛନ୍ତି ।
ଅନ୍ୟପକ୍ଷରେ ଦିଲ୍ଲୀ ସେଣ୍ଟ୍ରାଲ୍ ଫରେନସିକ୍ ଲ୍ୟାବ୍ର ବିଶେଷଜ୍ଞଙ୍କ ଦ୍ୱାରା ଝାରସୁଗୁଡ଼ାରେ ଗୋପାଳର ହୋଇଥିବା ଏଲ୍ଭିଏ ଟେଷ୍ଟର ମଧ୍ୟ ଏଠାରେ ତର୍ଜମା ଚାଲିଛି । ସେହିପରି ମାନସିକ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ଅଭିଯୁକ୍ତର ହୋଇଥିବା ମାନସିକ ସ୍ଥିତି ପରୀକ୍ଷାକୁ ନେଇ ସମ୍ପୃକ୍ତ ମାନସିକ ରୋଗ ବିଭାଗର ବିଶେଷଜ୍ଞମାନେ ତର୍ଜମା କରିଥିଲେ ହେଁ ଅଦ୍ୟାବଧି କୌଣସି ରିପୋର୍ଟ ଦେଇନାହାନ୍ତି ।
Powered by Froala Editor
