ଆଜି କଂଗ୍ରେସରେ ମିଶିବେ ବିଜୟ ପଟ୍ଟନାୟକ

ଆଜି କଂଗ୍ରେସରେ ମିଶିବେ ବିଜୟ ପଟ୍ଟନାୟକ

ରାଜ୍ୟ ଖବର

ଭୁବନେଶ୍ୱର : ଆଜି କଂଗ୍ରେସରେ ମିଶିବେ ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ । ନୂଆଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ଶ୍ରୀ ପଟ୍ଟନାୟକ କଂଗ୍ରେସରେ ସାମିଲ ହେବେ। ଏହି ଅବସରରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ ଉପସ୍ଥିତ ରହିବେ  । ସେହିପରି ଓଡ଼ିଶା ପ୍ରଭାରୀ ଡାକ୍ତର ଚେଲ୍ଲାକୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି  । ଆଜି ଅପରାହ୍ଣ ୪.୩୦ରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେବେ । ଏନେଇ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ସୂଚନା ଦେଇଛନ୍ତି  ।

ସୂଚନାଯୋଗ୍ୟଯେ, ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗଦେବେବୋଲି କିଛି ବର୍ଷ ଧରି ଚର୍ଚ୍ଚା ହୋଇଆସୁଛି  । ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀଭାବେ ତାଙ୍କର ସୁନାମ ରହିଛି  । ସମ୍ପ୍ରତି ରାଜ୍ୟ କଂଗ୍ରେସ ଦୁର୍ଦ୍ଦିନ ଦେଇ ଗତି କରୁଥିବାବେଳେ ବିଜୟଙ୍କ ଯୋଗଦାନ ଦଳ ପାଇଁ ଶୁଭଙ୍କର ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି  ।

Powered by Froala Editor