ନୂଆଦିଲ୍ଲୀ: ବଲିଉଡର ଅନେକ କଳାକାରଙ୍କୁ ଆପଣ ସୋସିଆଲ ମିଡିଆରରେ ଆକ୍ଟିଭ ଥିବାର ଦେଖୁଥିବେ। ନିଜ ଡେଲି ଲାଇଫ, ଆଫେୟାର୍ସ,ଲୁକ୍ ପାଇଁ ସେମାନେ ସବୁବେଳେ ଦର୍ଶକଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥାନ୍ତି। ଏହାରି ଭିତରେ ପୁଣି ଏମିତି ଏକ ଖବର ଆସି ପହଁଚି ଯାହା ଏବେ ସୋସିଆଲ ମିଡିଆରରେ ବେଶ୍ ଭାଇରାଲ୍ ହେଉଛି।
ଆପଣମାନେ ତ ଜାଣିଛନ୍ତି, କ୍ରିତି ସାନନ୍ ଏବଂ ପ୍ରଭାସ ସେମାନଙ୍କ ଗୁଜବ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ତେବେ ଏହି ଚର୍ଚ୍ଚା ଏବେ ପୁଣି ଥରେ ଜୋର ଧରିଛି। କାରଣ ଇଣ୍ଟରନେଟରେ ସେମାନଙ୍କୁ ନେଇ ଆଉ ଏକ ଗୁଜବ ସୃଷ୍ଟି ହୋଇଛି। ଯାହା ପ୍ରଚାରିତ ହେଉଛି ଯେ ଏହି ଯୋଡି କୁଆଡେ ଆସନ୍ତା ସପ୍ତାହରେ ମାଲଦ୍ୱୀପରେ ଏନଗେଜମେଣ୍ଟ କରିବାକୁ ଯାଉଛନ୍ତି। କିନ୍ତୁ ଏହି ଖବର ଉପରେ ବର୍ତ୍ତମାନ ପ୍ରଭାସଙ୍କ ଟମ୍ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି ଏହା ସହିତ ଏହି ଖବରକୁ ନାକଚ କରିଦିଆଯାଇଛି।
ପ୍ରଭାସଙ୍କ ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି ଯେ କ୍ରିତି ଏବଂ ପ୍ରଭାସ କେବଳ ଭଲ ବନ୍ଧୁ। ସେମାନଙ୍କୁ ନେଇ ଆସୁଥିବା ଖବରରେ କୌଣସି ସତାସତ୍ୟ ନାହିଁ, ”। କ୍ରିତି ସାନନ୍ ଏବଂ ପ୍ରଭାସଙ୍କ ଡେଟିଂ ଗୁଜବ ଆରମ୍ଭ ହୋଇଥିଲା ଯେତେବେଳେ ବରୁଣ ଧାୱନ, ତାଙ୍କ ଫିଲ୍ମ ଭେଡିଆର ପ୍ରମୋସନ୍ ପାଇଁ ଝଲକ ଦିଖଲା ଜା ୧୦ ସେଟକୁ ଯାଇଥିଲେ । ସେ କ୍ରିତି ତାଙ୍କ ଆଦି ପୁରୁଷ ଫିଲ୍ମର କେ. ଷ୍ଟାର ପ୍ରଭାସଙ୍କୁ ଡେଟ କରୁଛନ୍ତି ବୋଲି କେହିଥିଲେ ।
Powered by Froala Editor
