ଗଣମାଧ୍ୟମକୁ ବାରଣ ଦ୍ବାରା କାହାର କି ଲାଭ ?

ଗଣମାଧ୍ୟମକୁ ବାରଣ ଦ୍ବାରା କାହାର କି ଲାଭ ?

ରାଜ୍ୟ ଖବର


ଭୁବନେଶ୍ବର : ଶୁକ୍ରବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ  ରମାଦେବୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ କାର୍ୟ୍ୟକ୍ରମକୁ ଗଣମାଧ୍ୟମକୁ ବାରଣ ଦ୍ବାରା କାହାର କି ଲାଭ ହେବ? ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଅଜବ ଏ ନିଷ୍ପତ୍ତି । ସରକାରୀ ଯୋଜନା ବା ଯେ କୌଣସି ସରକାରୀ କାର୍ଯ୍ୟକ୍ରମର ପ୍ରଚାର ପ୍ରଚାର ପାଇଁ ଗଣାମଧ୍ୟମକୁ ଖୋଜା ପଡ଼ୁଥିବାବେଳେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ବାରଣ ପଛର କାରଣ କ’ଣ ହୋଇପାରେ ତାକୁ ନେଇ ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟି କରିଛି । 

ନିର୍ଦ୍ଦିଷ୍ଟ ଭାବେ କେଉଁ କାରଣ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ କାର୍ୟ୍ୟକ୍ରମସ୍ଥଳକୁ ମନା କରାଯାଉଛି, ତାହାର ଉତ୍ତର କାହା ପାଖରେ ନାହିଁ।ଉପରୁ ନିର୍ଦ୍ଦେଶ ଆସିଥିବାରୁ ଗଣମାଧ୍ୟମକୁ ଅନୁମତି ଦିଆଯାଇ ନ ଥିବା କହି ରମାଦେବୀ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ମୁଣ୍ଡରୁ ଦୋଷ ‌ଖସାଇ ଦେଇଛନ୍ତି। ସେପଟେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାଷ୍ଟ୍ରପତିଙ୍କ କାର୍ୟ୍ୟକ୍ରମର ସିଧାପ୍ରସାରଣ ଲାଗି ଫିଡ୍‌ ଦିଆଯିବ ବୋଲି କୁହାଯାଇଛି। ତେବେ ସାମ୍ବାଦିକଙ୍କୁ ଉତ୍ସବ ସ୍ଥଳକୁ କାହିଁକି ଅନୁମତି ଦିଆଯାଉ ନାହିଁ ସେନେଇ ରାଜ୍ୟ ସରକାରଙ୍କ କୌଣସି ଅଧିକାରୀ ଓ ପୁଲିସ୍‌ ଅଧିକାରୀ ମୁହଁ ଖୋଲୁନାହାନ୍ତି। ଉପରୁ ନିର୍ଦ୍ଦେଶ ଆସିଛି ଯାହା କୁହାଯାଉଛି, ସେହି ‘ଉପର’ କିଏ ତାହା ଏବେ ଚର୍ଚ୍ଚାର ବିଷୟ। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସାମ୍ବାଦିକଙ୍କୁ ଅନୁମତି ନ ଦେବାକୁ ଗତ ୬ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।

ପ୍ରଶ୍ନ ଉଠୁଛି, ଦେଶର ପ୍ରଥମ ନାଗରିକଙ୍କ ସଭାରେ ଗଣମାଧ୍ୟମ ପ୍ରତିନିଧିମାନେ ଖବର ସଂଗ୍ରହ କରିପାରିବେନି ବୋଲି ଏକ ଉଦ୍ଭଟ ଚିନ୍ତାଧାରା କାହା ମୁଣ୍ଡକୁ ଆସିଲା? ଗଣମାଧ୍ୟମ ନ ଯିବା ଦ୍ବାରା କାହାର କି ଲାଭ ହେବ? ଏପରି ନିଷ୍ପତ୍ତିକୁ ଆଜି ସାମାଜିକ ଗଣମାଧ୍ୟମ‌ରେ ତୀବ୍ର ସମାଲୋଚନା କରାଯାଇଛି। ଗଣମାଧ୍ୟମର କଣ୍ଠରୋଧ କରି ସରକାର କି ବାର୍ତ୍ତା ଦେବାକୁ ଚାହୁଛନ୍ତି ବୋଲି ସାଧାରଣ ଜନତା ପ୍ରଶ୍ନ ଉଠାଇଛନ୍ତି। 



Powered by Froala Editor