ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଭାରତର ବିକାଶ ପାଇଁ ପ୍ରାର୍ଥନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଭାରତର ବିକାଶ ପାଇଁ ପ୍ରାର୍ଥନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଜ୍ୟ ଖବର


ଭୁବନେଶ୍ୱର : ଖାଲି ପାଦରେ ଚାଲିଚାଲି ଗଲେ  । ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଭାରତର ବିକାଶ ପାଇଁ ପ୍ରାର୍ଥନା କଲେ  । ଆଜି ସକାଳ ପ୍ରାୟ ୯ଟା ୧୦ରେ ରାଜଭବନରୁ ବାହାରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । କିଛି ସମୟ ପରେ ବିନ୍ଦୁସାଗର ନିକଟରେ ଅଟକିଥିଲା ରାଷ୍ଟ୍ରପତିଙ୍କ କାରକେଡ଼  । ଖାଲି ପାଦରେ ବିନ୍ଦୁସାଗର ନିକଟରୁ ଚାଲି ଚାଲି ଯାଇଥିଲେ ରାଷ୍ଟ୍ରପତି । ଲିଙ୍ଗରାଜ ମନ୍ଦିର ପରିସରରେ ପ୍ରଥମେ ସିଦ୍ଧି ବିନାୟକଙ୍କ ପୂଜାର୍ଚ୍ଚନା କରିଥିଲେ  । 

ମହାପ୍ରଭୁ ଲିଙ୍ଗରାଜଙ୍କ ଗର୍ଭଗୃହରେ ଜଳାଭିଷେକ କରିବା ପରେ ମା’ ପାର୍ବତୀଙ୍କୁ ଦର୍ଶନ କରିଥିଲେ  । ପ୍ରଭୁଙ୍କ ପୂଜାର୍ଚ୍ଚନା ପରେ ବେଢ଼ା ପରିକ୍ରମା କରିବା ସହ ଶେଷରେ ନନ୍ଦୀଭୃଙ୍ଗୀଙ୍କ ଦର୍ଶନ କରି ସେଠାରୁ ବାହାରିଥିଲେ । ମନ୍ଦିର ସମ୍ମୁଖରେ ତାଙ୍କୁ ସ୍ୱାଗତ କରିବା ଲାଗି ଆଦିବାସୀ ନୃତ୍ୟ ଓ ବାଦ୍ୟର ଆସର ଜମିଥିଲା । କିଛି ସମୟ ପାଇଁ ରାଷ୍ଟ୍ରପତି ସେମାନଙ୍କ ପାଖରେ ଅଟକିଥିଲେ । ଏହି ସମୟରେ ରାଷ୍ଟ୍ରପତିଙ୍କ ଝିଅ ମଧ୍ୟ ଉପସ୍ଥିତ ଥିଲେ । ସେବାୟତଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କୁ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରିୟ କୋଠ ଭୋଗ, ମୁଆଁ ଓ କୋରାଖଇ ଦିଆଯାଇଥିଲା  ।



Powered by Froala Editor