ଭୁବନେଶ୍ୱର: ରମାଦେବୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ପୁରୁଣା ସ୍ମୃତି ମନେପକାଇ ଭାବବିହ୍ୱଳ ହୋଇଛନ୍ତି ରାଷ୍ଟ୍ରପତି। ଆଜକୁ ୪୦ ବର୍ଷ ତଳେ ସେ ଏହି ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ସେ ଅଭିଭାଷଣରେ ଏହାକୁ ମନେ ପକାଇଛନ୍ତି। ସେ କହିଛନ୍ତି, ସେତେବେଳେ ସବୁ ବର୍ଗ ପିଲା ଏକାଠି ପଢ଼ୁଥିଲୁ। ଗରିବ ଚାଷୀର ଝିଅଠାରୁ ମୁଖ୍ୟମନ୍ତ୍ରୀଙ୍କ ଝିଅ, ସବୁ ଏକାଠି ପଢୁଥିଲୁ। ଏ ଅନୁଷ୍ଠାନର ଛାତ୍ରୀ ଭାବେ ମୁଁ ଗର୍ବିତ।
ରଷ୍ଟ୍ରପତି ଆହୁରି କହିଛନ୍ତି ଯେ ସେତେବେଳେ ଆର୍ଥିକ ସ୍ଥିତି ଠିକ ନ ଥିଲା। ଏଥିପାଇଁ ମୁଁ କ୍ୟାଣ୍ଟିନରେ ଖାଉନଥିଲି। ବାହାର ଠେଲାରେ କିଛି ଖାଇ ମୁଁ ଚାଳିଯାଉଥିଲି। କେବେ କେମିତି ୨୫ ପଇସାର ବାଦାମ ମିଳିଗଲେ, ବଡ଼କଥା। ମୋ ଜୀବନ ଗତିପଥରେ ଏ ଶିକ୍ଷାନୁଷ୍ଠାନ ପ୍ରେରଣାର ଉତ୍ସ ବୋଲି ସେ କହିଛନ୍ତି।
Powered by Froala Editor
