ନୂଆଦିଲ୍ଲୀ: ନିର୍ବାଚନୀ ବର୍ଷରେ କେନ୍ଦ୍ର ସରକାରଙ୍କ ଭେଟି। ଗତକାଲି କେନ୍ଦ୍ର କ୍ୟାବିନେଟ୍ ସରକାରୀ କର୍ମଚାରୀ ଓ ପେନସନ୍ ଉପଭୋକ୍ତାଙ୍କ ପାଇଁ ୩% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ୨୦୧୯ ମସିହା ଜାନୁଆରୀ ୧ ତାରିଖରୁ ଏହା ପିଛିଲା ଭାବେ ଲାଗୁ ହେବ। ଏଥିରେ ପ୍ରାୟ ଏକ କୋଟିରୁ ଊର୍ଦ୍ଧ୍ୱ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନ୍ ଭୋଗୀ ଉପକୃତ ହେବେ। ତେବେ ଏଥଇପାଇଁ ସରକାରଙ୍କୁ ରାଜକୋଷ ଉପରେ ଅତିରିକ୍ତ ୯୦୦୦ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ।
