ଗଞ୍ଜାମ  ଜିଲ୍ଲା  ଗୋପାଳପୁରର ମାଣ୍ଡିଆପଲ୍ଲୀ ଦୁର୍ଘଟଣା :  ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ଘୋଷଣା

ଗଞ୍ଜାମ ଜିଲ୍ଲା ଗୋପାଳପୁରର ମାଣ୍ଡିଆପଲ୍ଲୀ ଦୁର୍ଘଟଣା : ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ଘୋଷଣା

ଜାତୀୟ ଖବର

ଭୁବନେଶ୍ବର:   ଗଞ୍ଜାମ  ଜିଲ୍ଲା  ଗୋପାଳପୁରର ମାଣ୍ଡିଆପଲ୍ଲୀରେ ମଙ୍ଗଳବାର ରାତିରେ ସ୍କର୍ପିଓ ଧକ୍କାରେ ତିନି  ଜଣଙ୍କ  ମୃତ୍ୟୁ ଘଟିଥିଲା । ଏହି  ଘଟଣାରେ  ମୁଖ୍ୟମନ୍ତ୍ରୀ  ନବୀନ  ପଟ୍ଟନାୟକ  ଗଭୀର  ଶୋକ  ପ୍ରକାଶ  କରିଛନ୍ତି। ଏଥିସହ  ମୃତକଙ୍କ  ନିକଟତମ  ଆତ୍ମୀୟଙ୍କ  ପାଇଁ   ମୁଖ୍ୟମନ୍ତ୍ରୀଙ୍କ  ରିଲିଫ  ପାଣ୍ଠିରୁ ତିନି  ଲକ୍ଷ  ଟଙ୍କା  ଅନୁକମ୍ପା ମୂଳକ  ସହାୟତା  ଘୋଷଣା  କରିଛନ୍ତି। ଶୋକ ସନ୍ତପ୍ତ  ପରିବାରବର୍ଗଙ୍କୁ  ଗଭୀର  ସମବେଦନା  ଜଣାଇଛନ୍ତି । .ଏହି  ଘଟଣାରେ  ଆହତମାନଙ୍କୁ  ମାଗଣାରେ  ଉପଯୁକ୍ତ  ଚିକିତ୍ସା  ଯୋଗାଇବା  ପାଇଁ  ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ  ଦେଇଛନ୍ତି। ଏଥିସହ ଆହତଙ୍କ  ଆଶୁ ଆରୋଗ୍ୟ  କାମନା  କରିଛନ୍ତି।

ସୂଚନାଯୋଗ୍ୟ ଯେ ମାଣ୍ଡିଆପଲ୍ଲୀ ଗାଁରେ ତେଲୁଗୁ ବାହାଘର ରୀତି ଅନୁଯାୟୀ କନ୍ୟଯାତ୍ରୀଙ୍କୁ ବାଟବରଣ ପାଇଁ ଲୋକମାନେ ଠିଆ ହୋଇଥିବା ବେଳେ ଏକ ସ୍କର୍ପିଓ ଆସି ‌ଲୋକଙ୍କ ଉପରେ ମାଡିଯାଇଥିଲା। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା।  

Powered by Froala Editor