ପୁରୀ : ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି,“ ଇଂରେଜ ଅମଳର କୂଟନୀତି ଆଇନ ଉପରେ ଶକ୍ତ ପ୍ରହାର ହୋଇଛି। ଏଭଳି ଧାରା ଉଚ୍ଛେଦର ଆବଶ୍ୟକତା ଥିଲା। କୌଣସି ପାର୍ଟିକୁ ପଛରେ ରଖି ଭାରତ ପାଇଁ କାମ କରନ୍ତୁ।” ସୂଚନା ଅନୁସାରେ, ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟାର ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ଆଜି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସାରା ଦେଶବାସୀ ଏହାକୁ ସ୍ୱାଗତ କରିଛନ୍ତି।
