– ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ହରାଇଲା ଜମ୍ମୁ-କାଶ୍ମୀର, ଏହାସହ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ମାନ୍ୟତା ପାଇଲା – ପୂର୍ବରୁ ଧାରା ୩୭୦ ଲାଗୁଥିଲା, ଏବେ ଧାରା ୩୭୦ର ଏକ ଅଂଶ ଲାଗୁ ହେବ । – ପୂର୍ବରୁ ଦୁଇଟି ନାଗରିକତା ମିଳୁଥିବା ବେଳେ ଏବେ କେବଳ ଭାରତର ନାଗରିକତା ମିଳିବ । – ପୂର୍ବରୁ ଜମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ପତାକା ରହୁଥିବା ବେଳେ ଏବେ ଜମ୍ମୁ-କାଶ୍ମୀରରେ କେବଳ ତ୍ରିରଙ୍ଗା ପତାକା ରହିବ । ଏପରିକି ତ୍ରିରଙ୍ଗାକୁ ଅପମାନ କଲେ ଆଉ ମିଳିବନି ତ୍ରାହି । – ପୂର୍ବରୁ ଏଠାରେ ରାଜ୍ୟପାଳ ଶାସନ ବ୍ୟବସ୍ଥା ରହିଥିବା ବେଳେ ଏବେ ଏଠାରେ ରାଷ୍ଟ୍ରପତି ଶାସନ ବ୍ୟବସ୍ଥା ରହିବ । – ଅଳ୍ପସଂଖକଙ୍କ ପାଇଁ ସଂରକ୍ଷଣ ନଥିବା ବେଳେ ଏବେ ଅଳ୍ପସଂଖ୍ୟକଙ୍କୁ ମଧ୍ୟ ସଂରକ୍ଷଣ ମିଳିପାରିବ । – ପୂର୍ବରୁ ଏଠାକାର ବିଧାନସଭାର କାର୍ୟ୍ୟକାଳ ୬ ବର୍ଷ ରହିଥିବା ବେଳେ ଏବେ ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଭଳି ଜମ୍ମୁ-କାଶ୍ମୀରର ବିଧାନସଭାର କାର୍ୟ୍ୟକାଳ ୫ ବର୍ଷ ରହିବ – ଧାରା ୩୭୦ ଅନୁଯାୟୀ, ପୂର୍ବରୁ ବାହାର ଲୋକ ସମ୍ପତି କ୍ରୟ କରିପାରୁନଥିବା ବେଳେ ଏବେ ଏହି ଧାରା ୩୭୦ର ଉଚ୍ଛେଦ ପରେ ବାହାର ଲୋକ ମଧ୍ୟ ସମ୍ପତି କିଣିପାରିବେ । – ପୂର୍ବରୁ ଏଠାରେ ଆରପିସି ଲାଗୁ ହେଉଥିବା ବେଳେ ଏବେ ଭାରତୀୟ ସମ୍ବିଧାନ ଅନୁଯାୟୀ ଆଇପିସି ଲାଗୁ ହେବ । – ସବୁଠୁ ବଡ କଥା ହେଉଛି, ଧାରା ୩୭୦ ଉଚ୍ଛେଦ ହେବା ପରେ ଯେ କୌଣସି ଦଳ ସରକାରରେ ରହିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅଧିକ କ୍ଷମତା ଉପ-ରାଜ୍ୟପାଳଙ୍କ ନିକଟରେ ରହିବ । – ଧାରା ୩୭୦ ଉଚ୍ଛେଦ ପରେ ଏଠାରେ ଆରଟିଆଇ ନିୟମ ଲାଗୁ କରାଯାଇପାରିବ । – ଭାରତର ସର୍ବୋଚ୍ଚ ନ୍ୟାୟାଳୟର ରାୟ ଏଠାରେ ଲାଗୁ ହେବ ।
