ଭୁବନେଶ୍ୱର : ଶୁକ୍ରବାର ଅପରାହ୍ଣରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ୫.୪୫ରେ ବସିବାକୁ ଥିବା ଏହି ବୈଠକରେ ଆଲୋଚନା ପାଇଁ ପ୍ରାୟ ୮ଟି ପ୍ରସ୍ତାବ ରହିଛି। ବୈଠକରେ ସେଗୁଡ଼ିକୁ ଅନୁମୋଦନ ପ୍ରଦାନ କରାଯିବା ସମ୍ଭାବନା ରହିଛି। କ୍ୟାବିନେଟ ଅନୁମୋଦନ ପାଇଁ କୃଷି, ବିଦ୍ୟାଳୟ ଓ ଗଣଶିକ୍ଷା, ଜଳସମ୍ପଦ, ଶକ୍ତି ଏବଂ ଶ୍ରମ ବିଭାଗର କେତେକ ପ୍ରସ୍ତାବ ଥିବା ସୂଚନା ମିଳିଛି।
