କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ବଜ୍ରାଘାତରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଦୁଇ ଜଣ ଗୁରୁତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମହାକାଳପଡା ବ୍ଲକ କରଞ୍ଜ ଗାଁରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ପପୁ କୁମାର ଦାସ ଓ ରଙ୍ଗାଧର ବେହେରା। ବିଲକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା। ଗୁରୁତର ଦୁଇ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେହିଭଳି ଗରଦପୁର ବ୍ଲକ୍ ପଦ୍ମପୁର ପଞ୍ଚାୟତ ଗୋତ୍ରବିଲ ଗାଁରେ ବଜ୍ରପାତରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଅଜୟ କୁମାର ନାୟକ। ବିଲରୁ ଘରକୁ ଫେରୁଥିବା ସମୟରେ ବଜ୍ରପାତ ହୋଇଥିଲା। ଗରଦପୁର ବ୍ଲକ୍ ମରିଲୋ ଗାଁରେ ଜଣଙ୍କର ମୃତ୍ୟୁ ହୋଇଛି। ମାର୍ଶାଘାଇ ବ୍ଲକ୍ ନାରାୟଣପୁର କଷୋଠିବାଲି ଗାଁରେ ବଜ୍ରପାତରେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ବିଲରେ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିଲା। ମୃତକ ହେଲେ ବିଜୟ କୁମାର ନାୟକ।
