କୋର୍ଟରେ ହାଜର ହେଲେ ଚିଦାମ୍ବରମ

କୋର୍ଟରେ ହାଜର ହେଲେ ଚିଦାମ୍ବରମ

ଜାତୀୟ ଖବର

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ କେସରେ ଗିରଫ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମଙ୍କୁ ସିବିଆଇ ରାଉଜ ଏଭେନ୍ୟୁ ସ୍ଥିତ ସିବିଆଇ ସ୍ଵତନ୍ତ୍ର କୋର୍ଟରେ ହାଜର କରିଛି। ଏହା ପୂର୍ବରୁ ସିବିଆଇ ପି ଚିଦାମ୍ବରମଙ୍କୁ ଅନେକ ଘଣ୍ଟା ଜେରା କରିଛି। ଏହା ମଧ୍ୟରେ ଚିଦାମ୍ବରମଙ୍କ ଓକିଲ ଅଭିଷେକ ମନୁ ସିଙ୍ଘଭି ଓ ତାଙ୍କର ପୁଅ କାର୍ତ୍ତି ଚିଦାମ୍ବରମ କୋର୍ଟରେ ପହଞ୍ଚି ସାରିଛନ୍ତି। ଆଇଏନଏକ୍ସ ମିଡିଆ ସମ୍ବନ୍ଧିତ ଭ୍ରଷ୍ଟାଚାର ତଥା ଧନଶୋଧନ ମାମଲାରେ ଆରୋପୀ ଚିଦାମ୍ବରମଙ୍କୁ ସିବିଆଇ ଜଜ ଅଜୟ କୁମାର କୁହାରଙ୍କ କୋର୍ଟରେ ହାଜର କରାଯାଇଛି। ଏହି ସମୟରେ ସିବିଆଇ ପୂର୍ବତନ ଅର୍ଥମନ୍ତ୍ରୀଙ୍କୁ ରିମାଣ୍ଡରେ ନେବା ପାଇଁ ଅଧିକରୁ ଅଧିକ ସମୟ ଦାବି କରିବ। ଏହା ପୂର୍ବରୁ ମଧ୍ୟ ସିବିଆଇ ଚିଦାମ୍ବରମଙ୍କୁ ଜେରା କରିବା ରିମାଣ୍ଡରେ ନେବାକୁ ଦାବି କରିଥିଲା।