୨୬କୁ ଘଞ୍ଚିଲା ଚିଦାମ୍ବରମଙ୍କ ଶୁଣାଣି

୨୬କୁ ଘଞ୍ଚିଲା ଚିଦାମ୍ବରମଙ୍କ ଶୁଣାଣି

ଜାତୀୟ ଖବର

ନୂଆଦିଲ୍ଲୀ: କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ଆଗୁଆ ଜାମିନକୁ ଦିଲ୍ଲୀ ହାଇକୋର୍ଟ ଖାରଜ ନିଷ୍ପତ୍ତି ବିରୋଧରେ ଆଗତ ମାମଲା ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି କରାଯାଇଛି । ଜଷ୍ଟିସ ଆର ଭାନୁମତିଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଏହାର ଶୁଣାଣି କରିଛନ୍ତି । ତେବେ ସୁପ୍ରମିକୋର୍ଟରେ ଚିଦାମ୍ବରମଙ୍କ ଆବେଦନ ଶୁଣାଣି ଆସନ୍ତା ୨୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଦିଲ୍ଲୀ ହାଇକୋର୍ଟ ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଚିଦାମ୍ବରମ । ଦିଲ୍ଲୀ ହାଇକୋର୍ଟଙ୍କ ଆଗୁଆ ଜାମିନ ନାମଞ୍ଜୁରକୁ ଚିଦାମ୍ବରମ ଚାଲେଞ୍ଜ କରିଥିଲେ । ଚିଦାମ୍ବରମ ଗିରଫ ହୋଇ ଏବେ ସିବିଆଇ ରିମାଣ୍ଡରେ ଅଛନ୍ତି । ଗତକାଲି ଆଇଏନଏକ୍ସ ମିଡିଆ କେସରେ ଗିରଫ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମଙ୍କୁ ସିବିଆଇ ରାଉଜ ଏଭେନ୍ୟୁ ସ୍ଥିତ ସିବିଆଇ ସ୍ଵତନ୍ତ୍ର କୋର୍ଟରେ ହାଜର କରିଥିଲା। ଏହା ପୂର୍ବରୁ ସିବିଆଇ ପି ଚିଦାମ୍ବରମଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲା। ଏହି ସମୟରେ ସିବିଆଇ ପୂର୍ବତନ ଅର୍ଥମନ୍ତ୍ରୀଙ୍କୁ ରିମାଣ୍ଡରେ ନେବା ପାଇଁ ଅଧିକରୁ ଅଧିକ ସମୟ ଦାବି କରିଥିଲା।