ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଉଗ୍ର ହୋଇ ଉଠିଛି । ଏହାରି ଭିତରେ ଭାରତକୁ ପାକିସ୍ତାନୀ କମାଣ୍ଡୋ ଅନୁପ୍ରବେଶ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ସମୁଦ୍ର ଦେଇ ପାକିସ୍ତାନୀ କମାଣ୍ଡୋ ଭାରତକୁ ଅନୁପ୍ରବେଶ କରି ପାରନ୍ତି ବୋଲି ଗୁଇନ୍ଦା ସୂଚନା ମିଳିଛି । ଗୁଜୁରାଟ କଚ୍ଛ ସମୁଦ୍ର ତଟ ଦେଇ ଅନୁପ୍ରବେଶ ଆଶଙ୍କା ରହିଛି । ଛୋଟ ଛୋଟ ଡଙ୍ଗା ଦ୍ୱାରା ପାକିସ୍ତାନୀ କମାଣ୍ଡୋ ପଶି ଆସିବା ନେଇ ଅଶଙ୍କା ରହିଛି । ଭାରତରେ ଅନୁପ୍ରବେଶ କରି ସେମାନେ ସାମ୍ପ୍ରଦାୟିକ ଦଙ୍ଗା ଓ ଆତଙ୍କୀ ହମଲା କରିପାରନ୍ତି ବୋଲି ଆଶଙ୍କା ରହିଛି । ଏନେଇ ଗୁଇନ୍ଦା ରିପୋର୍ଟ ପରେ କାଣ୍ଡଲା ବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
