ରୋଡ଼ ରୋମିଓଙ୍କୁ ପିଟିଲେ ଯୁବତୀ

ରୋଡ଼ ରୋମିଓଙ୍କୁ ପିଟିଲେ ଯୁବତୀ

ରାଜ୍ୟ ଖବର

ଭୁବନେଶ୍ୱର : ରାଜଧାନୀର ରସୁଲଗଡ଼ ଜିଜିପି କଲୋନୀ ଅଞ୍ଚଳରେ ଜଣେ ଯୁବତୀ ୨ ଜଣ ରୋଡ଼ ରୋମିଓଙ୍କୁ ମାଡ଼ ମାରିଥିବା ବିଷୟରେ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଜିଜିପି କଲୋନୀ ଅଞ୍ଚଳରେ ଯୁବତୀଙ୍କୁ କିଛି ଯୁବକ ଅଶୀଳ କମେଣ୍ଟ ମାରିବା ସହ ତାଙ୍କ ପିଛା କରିଥିଲେ। ଏହାପରେ ଯୁବତୀ ଜଣଙ୍କ ବିଚ୍‍ ରାସ୍ତାରେ ୨ ଯୁବକଙ୍କୁ ଗାଳି କରି ମାଡ଼ ମାରିବା ସମୟରେ ସ୍ଥାନୀୟ ଲୋକେ ଏକାଠି ହୋଇଥିଲେ। ଯୁବତୀ ଜଣଙ୍କ ଅସଦାଚରଣକୁ ବିରୋଧ କରିବା ସହ ଏହାର ପ୍ରତିବାଦ କରି ଅଭିଯୁକ୍ତଙ୍କୁ କଡ଼ା ଜବାବ ଦେଇଛନ୍ତି। ଘଟଣା ସମୟର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମେଡ଼ିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।