ଭାରତରେ ଅନୁପ୍ରବେଶ କରିବେ ୨୭୫ ଆତଙ୍କବାଦୀ

ଭାରତରେ ଅନୁପ୍ରବେଶ କରିବେ ୨୭୫ ଆତଙ୍କବାଦୀ

ଜାତୀୟ ଖବର

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଧୀରେଧୀରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ଥିବା ୭ଟି ପାକିସ୍ତାନୀ ଲଞ୍ଚ୍‌ପ୍ୟାଡ୍‌ ଇତିମଧ୍ୟରେ ସକ୍ରିୟ ହୋଇଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଏଠାରେ ୨୭୫ ଆତଙ୍କବାଦୀଙ୍କୁ ଏକାଠି କରାଯାଇଛି। ଅସ୍ତ୍ରବିରତି ଉଲ୍ଲଂଘନ ଆଳରେ ସେମାନଙ୍କୁ ଭାରତରେ ଅନୁପ୍ରବେଶ ପାଇଁ ଆଇଏସ୍‌ଆଇ ନିର୍ଦ୍ଦେଶରେ ପାକିସ୍ତାନ ସୈନ୍ୟ ବାହିନୀ ପ୍ରୟାସ କରୁଥିବା ଗୋଇନ୍ଦା ରିପୋର୍ଟରେ କୁହାଯାଇଛି। ଗୁରେଜ ସ୍କେଟର ଲଞ୍ଚ୍‌ପ୍ୟାଡ୍‌ରେ ୮୦ ଆତଙ୍କବାଦୀ ରହିଛନ୍ତି। ସେହିପରି ମଛଲି ସେକ୍ଟରରେ ୬୦, କାରନାହରେ ୫୦, କେରାନ୍‌ରେ ୪୦, ଉରିରେ ୨୦, ନୌଗାମ୍‌ରେ ୧୫ ଏବଂ ରାମପୁରରେ ୧୦ ଆତଙ୍କବାଦୀ ଅନୁପ୍ରବେଶ ସୁଯୋଗକୁ ଅପେକ୍ଷା କରିଛନ୍ତିି।