ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତରେ ଯିବେ । ଦିଲ୍ଲୀର ଓଡିଶା ଭବନରେ ପହଂଚି କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟର ପଡି ରହିଥିବା ବିଭିନ୍ନ କାମର ସମୀକ୍ଷା କରିବେ । ଏହି ଗସ୍ତ ବେଳେ ନବୀନ କିଛି କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବାର ମଧ୍ୟ ଯୋଜନା ରହିଥିବା ଜଣାପଡିଛି । ଗୁରୁବାର ସକାଳେ ମୁଖ୍ୟମନ୍ତ୍ରୀ ଓଡିଶା ପ୍ରତ୍ୟାବର୍ତନ କରିବେ ।
