ସମ୍ବଲପୁର :ସମ୍ବଲପୁର ବୁର୍ଲା ମେଡ଼ିକାଲରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ମେଡ଼ିକାଲର ଡାଏଲିସିସ୍ ରୁମ୍କୁ ଲାଗି କରି ଥିବା ବ୍ୟାଟେରୀ ରୁମ୍ରେ ନିଆଁ ଲାଗିଛି । ଏଥିରେ ବହୁ ବ୍ୟାଟେରୀ ଓ ଫ୍ୟାନ୍ ଜଳି ଯାଇଛି । ଦମକଳ ବାହିନୀ ପହଁଚି ନିଆଁଙ୍କୁ ଆୟତ୍ତ କରିଛନ୍ତି । ମାତ୍ର ଡାଏଲିସିସ୍ ରୁମ୍ରେ କୌଣସି କ୍ଷତି ହୋଇ ନାହିଁ । ଏହା ସହିତ କୌଣସି ରୋଗୀ କିମ୍ବା ମେଡ଼ିକାଲ କର୍ମଚାରୀଙ୍କର କିଛି କ୍ଷତି ହୋଇ ନ ଥିବା ଜଣାପଡ଼ିଛି । ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି ।
