ଭୁବନେଶ୍ୱର: ଜୀବନରେ ରିସ୍କ ନିଅ । ରିସ୍କ ନନେଲେ ଜୀବନରେ କିଛି କରିପାରିବନି । ଏହା କହିଛନ୍ତି ଇସ୍ରୋ ଅଧ୍ୟକ୍ଷ କେ.ଶିବନ । ଭୁବନେଶ୍ୱର ଆଇଆଇଟି ସମାବର୍ତ୍ତନରେ ନିଜର ଉଦବୋଧନ ଦେଇ ଶିବନ ଏହା କହିଛନ୍ତି । ସେ କହିଛନ୍ତି ଯେ, ବୈଷୟିକ ଜ୍ଞାନକୌଶଳ ବୃଦ୍ଧିରେ ଆଇଆଇଟି ପ୍ରମୁଖ ଭୂମିକା ନେଉଛି । ବୈଷୟିକ ଜ୍ଞାନକୌଶ ଦ୍ୱାରା ଜୀବନଧାରଣର ମାନ ବଢିପାରିବ । ଆଇଆଇଟି ଦ୍ୱାରା ମୁଁ ମୋ ଶିକ୍ଷାଦୀକ୍ଷା ବଢାଇ ପାରିଛି । ରିସ୍କ ନନେଲେ ଜୀବନରେ ଅଗ୍ରଗତି କରିହେବ ନାହିଁ କି କିଛି ବି କରିହେବ ନାହିଁ । ଜୀବନରେ କିଛି କରିବାକୁ ଚାହୁଁଥିଲେ ରିସ୍କ ନେବା ଶିଖ । ପଢିବାକୁ ଆଗ୍ରହ ରଖ । ଶିକ୍ଷାକୁ ବ୍ରତଭାବେ ଗ୍ରହଣ କରି ବୋଲି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଶବନ ଉଦବୋଧନ ଦେଇଥିଲେ । ଏହି ସମୟରେ କେ.ଶିବନ ମିଶନ ଚନ୍ଦ୍ରାୟନ ଓ ଗଗନାୟକ ସମ୍ପର୍କରେ ମତ ରଖି କହିଥିଲେ ଭାରତ ପାଇଁ ମିଶନ ଗଗନାୟକ ବହୁ ମହତ୍ୱ ରଖୁଛି । ମିଶନ ଗଗନାୟକ ସମ୍ପର୍କରେ ସେ କହିଛନ୍ତି ଯେ, ୨୦୨୦ ଡିସେମ୍ବରରେ ପ୍ରଥମ ଅନମ୍ୟାନଡ ମିଶନ । ୨୦୨୧ ଜୁଲାଇରେ ଦ୍ୱିତୀୟ ଅନମ୍ୟାନଡ ମିଶନ । ୨୦୨୧ ଡିସେମ୍ବରରେ ପ୍ରଥମ ମ୍ୟାନଡ ମିଶନ । ୨୦୨୧ଡିସେମ୍ବରରେ ଭାରତୀୟ ମହାକାଶ ଯିବେ ବୋଲି କେ.ଶିବନ କହିଛନ୍ତି ।
