୫ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ କଲେ ବାଚସ୍ପତି

୫ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ କଲେ ବାଚସ୍ପତି

ରାଜ୍ୟ ଖବର

ଭୁବନେଶ୍ବର: ବିଜେଡ଼ିରୁ ଇସ୍ତଫା ଦେଇ ଅନ୍ୟ ଦଳରେ ଯୋଗ ଦେଇଥିବା ୫ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ବିଧାନସଭା ବାଚସ୍ପତି ପ୍ରଦୀପ ଅମାତ। ୫ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି । ନିଜ ଇଚ୍ଛାରେ ବିଜେଡ଼ିରୁ ଇସ୍ତଫା ଦେଇଥିବା ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ, ଆସିକା ବିଧାୟକ ଦେବରାଜ ମହାନ୍ତି, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ମୋହନା ବିଧାୟକ ବାସନ୍ତୀ ମଲ୍ଲିକ ଦଳ ବଦଳ କରିଥିବାରୁ ସେମାନଙ୍କ ସଭ୍ୟ ପଦ ରଦ୍ଧ କରିଦେଇଛନ୍ତି । ନିଜ ଆଡ଼ୁ ଦଳ ଛାଡ଼ିଥିବା ଏହି ବିଧାୟକଙ୍କ ବିରୋଧରେ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସଭ୍ୟ ପଦ ରଦ୍ଧ କରିବା ପାଇଁ ନିବେଦନ କରିଥିଲେ ।