ଅଧିକ ପରିମାଣରେ ଚା’ ଓ କଫି ପିଇବା ସ୍ୱାସ୍ଥ୍ୟ ପାଇଁ ହିତକାରୀ ନୁହେଁ ବୋଲି ବିଶେଷଜ୍ଞଙ୍କ ମତ । ଖାଲି ପେଟରେ ଚା’ପିଇଲେ ତାହା ଆମେ ପାଚନ କି୍ରୟା ଉପରେ କୁପ୍ରଭାବ ପକାଇଥାଏ । ନିକଟରେ କିନ୍ତୁ ସିଙ୍ଗାପୁର ବିଶ୍ୱ ବିଦ୍ୟାଳୟରେ ପ୍ରାଧ୍ୟାପକ ଫେଙ୍ଗ ଲୁଇ ନିଜ ସହଯୋଗୀଙ୍କ ସହ ଏହି ଗବେଷଣାର ଫଳାଫଳ ଘୋଷଣା କରିଛନ୍ତି । ୨୦୧୫-୨୦୧୮ ପର୍ଯ୍ୟନ୍ତ ଅନୁଧ୍ୟାନ ଚାଲିଥିବା ବେଳେ ଏଥିରେ ବୟସ୍କ ପିଢ଼ି ସାମିଲ ହୋଇଥିଲେ । ମୋଟ ୩୬ ଜଣ ଲୋକଙ୍କୁ ନିଆଯାଇ ଏମାନଙ୍କ ଗତିବିଧିକୁ ଅନୁଧ୍ୟାନ କରାଯାଇଥିଲା । ଏଇ ବର୍ଗର ଲୋକ ପ୍ରତ୍ୟ÷ ନାଲି ଚା, କଳା ଚା ଓ କ୍ଷୀର ଚା ପିଉଥିଲେ । ଚା ପିଇବା ଦ୍ୱାରା ଏମାନେ ଫୂର୍ତ୍ତି ଅନୁଭବ କରୁଥିବାର ଦେଖାଯାଉଥିଲା । ସକାଳ ଜଳଖିଆ ଓ ସନ୍ଧ୍ୟା ବେଳେ ପ୍ରତ୍ୟୟ ଚା ପିଇବା ସହ ଏହା ବିସ୍କୁଟ ମଧ୍ୟ ଖାଇଥାନ୍ତି । ଗୋଟିଏ ଦିନ ଚା ନ ପିଇଲେ ସେମାନେ ଚିଡଚିଡା ହେବା ସହ ଦନର ଅନ୍ୟ ସମୟରେ ମଧ୍ୟ ଭଲ ଭାବରେ ଖାଉନଥିବାର ଦେଖାଯାଉଥିଲା । ଏଣୁ ବିଶେଷଜ୍ଞଙ୍କ ମତରେ ଦିନକୁ ଅନ୍ତତଃ ଥରୁଟିଏ ଜଣେ ବ୍ୟକ୍ତି ଚା’ପିଇବା ଆବଶ୍ୟକ ।
