ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ହୃଷିକେଶ ଆହତ

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ହୃଷିକେଶ ଆହତ

ରାଜ୍ୟ ଖବର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାର ଗରାପୁର ଅଞ୍ଚଳରେ ପୁଲିସ ଏନକାଉଣ୍ଟରରେ ଶନିବାର ଦୁର୍ଦ୍ଦାନ୍ତ ଅପରାଧୀ ହୃଷିକେଶ ମଲ୍ଲିକ ଆହତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ହୃଷିକେଶ ଓ ତା’ର ୫ ଜଣ ସହଯୋଗୀ କୌଣସି ବଡ଼ ଧରଣର ଲୁଟ ପାଇଁ ଷଡ଼ଯନ୍ତ୍ର କରୁଥିଲେ। ଏନେଇ ପୁଲିସକୁ ସୂଚନା ମିଳିବା ପରେ ପୁଲିସ ସେଠାରେ ଚଢାଉ କରିଥିଲା। ସେହି ସମୟରେ ହୃଷିକେଶ ପୁଲିସ ଉପରକୁ ଗୁଳି ଚାଳନା କରିଥିଲା। ଫଳରେ ପୁଲିସର ପାଲଟା ଗୁଳିରେ ହୃଷିକେଶର ଗୋଡ଼ରେ ଗୁଳି ବାଜିଥିଲା। ଏହାପରେ ତା’କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।