ପାରାଦ୍ୱୀପ :(ଲକ୍ଷ୍ମୀନାରାୟଣ ସାହୁ) : କଳିଙ୍ଗ ବାଲିଯାତ୍ରା-୨୦୧୯କୁ ଅଧିକ ଆକର୍ଷଣୀୟ ଓ ସଫଳ କରିବା ପାଇଁ କଳିଙ୍ଗ ବାଲିଯାତ୍ରା କମିଟି ପକ୍ଷରୁ ଏହାର ପ୍ରଥମ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜୟଦେବ ସଦନ ଠାରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନରେ ଆୟେଜିତ ଏହି ବୈଠକରେ ଜଗତସିଂହପୁର ଜିଲ୍ଲାପାଳ ତଥା ବାଲିଯାତ୍ରା କମିଟିର ଅଧ୍ୟକ୍ଷ ସଂଗ୍ରାମ କେଶରୀ ମହାପାତ୍ର ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ତଥା ବାଲିଯାତ୍ରା କମିଟିର ଉପାଧ୍ୟକ୍ଷ କାହ୍ନୁଚରଣ ଧିର, ପାରାଦ୍ୱୀପ ବନ୍ଦର ସଚିବ ବିମଲ ଝା, ଡିଆରଡିଏ ପ୍ରକଳ୍ପ ନିଦେ୍ର୍ଧଶକ ସରୋଜକାନ୍ତ ମହାନ୍ତି, ପାରାଦ୍ୱୀପ ପୌର ଉପାଧ୍ୟକ୍ଷା ପ୍ରଭାତୀ ନାୟକ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବାଲିଯାତ୍ରାର ସଫଳତା ଓ ଉକôର୍ଷତା ଉପରେ ଆଲୋଚନା କରିଥିଲେ । ଏହି ପ୍ରସ୍ତୁତି ବୈଠକରେ ପାରାଦ୍ୱୀପ ବନ୍ଦର, ବିଭିନ୍ନ ଶିଳ୍ପାନୁଷ୍ଠାନ, ସଙ୍ଗଠନ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ତେବେ ଏହି ବାଲିଯାତ୍ରାର ଉକôର୍ଷତା ସଫଳତା ଓ ଆକୃଷ୍ଠତା ପାଇଁ ଜାତୀୟ ସ୍ତରର ନାମୀ କଳାକାର ମାନଙ୍କୁ ଆଣିବା ଓ ଏହାର ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମକୁ ଗୁରୁତ୍ୱ ଦେବା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା ।
