ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି କଲ୍କୀ କୋଚଲିନ୍‌

ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି କଲ୍କୀ କୋଚଲିନ୍‌

ଜାଣିବା କଥା

ବଲିଉଡ଼ ଅଭିନେତ୍ରୀ କଲ୍କୀ କଚଲିନ ବିବାହ ପୂର୍ବରୁ ମାଆ ହେବାକୁ ଯାଉଥିବା ଘୋଷଣା କରିଛନ୍ତି । ଏ ଭଳି ରୋଚକ ଖବର ଏବେ ବଲିଉଡ଼ରେ ଚର୍ଚ୍ଚାରେ । ଏ କଥା ସମସ୍ତଙ୍କୁ ଜଣା ଯେ କଲକୀ ହେଉଛନ୍ତି ଫିଲ୍ମ ନିର୍ମାତା ନିଦେ୍ର୍ଧଶକ ଅନୁରାଗ କାଶ୍ୟପଙ୍କ ପୂର୍ବତନ ପତ୍ନୀ ଏବଂ ବିବାହର ଦୁଇ ବର୍ଷ ପରେ ୨୦୧୩ରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା । ଦୀର୍ଘଦିନ ଧରି କଲ୍କୀ ନିଜର ପୁରୁଷବନ୍ଧୁ ତଥା ଇସ୍ରାଲୀୟ ପିଆନୋ ବାଦକ ଗେ ହର୍ସବର୍ଗଙ୍କ ସମ୍ପର୍କରେ ଅଛନ୍ତି । ତାଙ୍କରି ଠାରୁ ସେ ପ୍ରଥମ ସନ୍ତାନର ମାଆ ହେବେ । କଲ୍କୀ ନିଜ ମନର ଖୁସିକୁ ଫଟୋ ସହିତ ସାମାଜିକ ଗଣମାଧ୍ୟମରେ ପ୍ରଶଂସକଙ୍କୁ ବାଣ୍ଟିଛନ୍ତି ।