କିଏ ପାଇବେ କଂଗ୍ରେସର ଲୋକସଭା ଟିକେଟ ?

କିଏ ପାଇବେ କଂଗ୍ରେସର ଲୋକସଭା ଟିକେଟ ?

ରାଜନୀତି

ଭୁବନେଶ୍ୱର : ପାଖେଇ ଆସିଲାଣି ନିର୍ବାଚନ । ମଇଦାନକୁ ଓହ୍ଲାଇବା ପାଇଁ ସଜବାଜ ହୋଇସାରିଲାଣି କଂଗ୍ରେସ । ବିଜେଡ଼ି ଓ ବିଜେପି ଠାରୁ ବେଶ କେଇପାଦ ଆଗେଇ ଯାଇ କଂଗ୍ରେସ ଟିକେଟ କସରତ ପ୍ରାୟତଃ ଶେଷ କରିସାରିଛି । ପିଇସିର ତାଲିକା ସିଇସିକୁ ଯାଇଥିବାବେଳେ ଖାଲି ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ ମୋହର ବାଜିବାର ଔପଚାରିକତା ବାକି ରହିଛି । ଲୋକସଭା ଆସନ ପାଇଁ ଦୁଇଜଣଙ୍କ ନାମ ସୁପାରିଶ କରାଯାଇଥିଲେ ହେଁ ପ୍ରକୃତରେ କିଏ ଟିକେଟ ପାଇବ ତାଙ୍କ ନାମ ସିରିଏଲ ୧ରେ ଚଢ଼ିସାରିଥିବା ଜାଣିବାକୁ ମିଳିଛି । ବରଗଡ଼ : ହେମାନନ୍ଦ ବିଶ୍ୱାଳ ଓ ପ୍ରକାଶ ଦେବତା ସୁନ୍ଦରଗଡ଼ : ଜର୍ଜ ତିର୍କୀ, ପ୍ରଫୁଲ୍ଲ ମାଝୀ ସମ୍ବଲପୁର : ଶରତ ପଟ୍ଟନାୟକ ଓ ଅମର ପ୍ରଧାନ କେନ୍ଦୁଝର : ହରମୋହନ ସୋରେନ ଓ ବିନୀତା ମାଝୀ ବାଲେଶ୍ୱର : ନବଜ୍ୟୋତି ପଟ୍ଟନାୟକ ଓ ସୁଦର୍ଶନ ଦାସ ଭଦ୍ରକ : ଅନନ୍ତ ପ୍ରସାଦ ସେଠୀ ଓ ପଂଚାନନ ମଣ୍ଡଳ ଯାଜପୁର : ମାନସ ଜେନା ଓ ଅର୍ଜୁନ ଚରଣ ଦାସ ଢେଙ୍କାନାଳ : କେପି ସିଂହଦେଓ ଓ ରାମଚନ୍ଦ୍ର ଖୁଂଟିଆ ଏବଂ ଶାନ୍ତନୁ କୁମାର ସାହୁ ବଲାଙ୍ଗୀର : ସମରେନ୍ଦ୍ର ମିଶ୍ର ଓ ଲକ୍ଷ୍ମଣକୁମାର ମେହେର କଳାହାଣ୍ଡି : ଜଗନ୍ନାଥ ପଟ୍ଟନାୟକ ଓ ଭକ୍ତଚରଣ ଦାସ ନବରଙ୍ଗପୁର : ପ୍ରଦୀପ ମାଝୀ ଓ ଚନ୍ଦ୍ରଶେଖର ମାଝୀ କନ୍ଧମାଳ : ମନୋଜ କୁମାର ଆଚାର୍ଯ୍ୟ ଓ ଚନ୍ଦ୍ରଶେଖର କରିଡ଼ା କଟକ : ପଂଚାନନ କାନୁନଗୋ ଓ ସୁରେଶ ମହାପାତ୍ର କେନ୍ଦ୍ରାପଡ଼ା : ଧରଣୀଧର ନାୟକ ଓ ଚିନ୍ମୟ ବେହୁରା ଜଗତସିଂହପୁର : ବିଭୂ ପ୍ରସାଦ ତରାଇ ଓ ପ୍ରଶାନ୍ତ ମଲ୍ଲିକ ପୁରୀ : ସତ୍ୟ ପ୍ରକାଶ ନାୟକ ଓ ବିଶ୍ୱରଂଜନ ମହାନ୍ତି ବ୍ରହ୍ମପୁର : ତିରୁପତି ପାଣିଗ୍ରାହୀ ଓ ତ୍ରିନାଥ ବେହେରା କୋରାପୁଟ : ଡମ୍ବରୁଧର ଉଲାକା ଓ ଆକାଶ ଉଲାକା