ନୂଆଦିଲ୍ଲୀ : ଦେଶରେ ପର୍ଯ୍ୟାପ୍ତ ପରିମାଣର ପିଆଜ ଉପôାଦନ ହେଉଛି । ଘରୋଇ ଚାହିଦା ପୂରଣ ସହିତ ରପ୍ତାନି ପାଇଁ ମଧ୍ୟ ଏହା ଯଥେଷ୍ଟ । ଏହା ସତ୍ତ୍ୱେ ଘରୋଇ ବଜାରରେ ପିଆଜ ଦର ଆକାଶଛୁଅାଁ ହୋଇଛି । କିଛି ସହରରେ ଏହା କିଲୋ ପିଛା ୬୦-୮୦ ଟଙ୍କାରେ ବିକି୍ର ହେଉଛି । ତେବେ ଏହି ଦରବୃଦ୍ଧି ପଛରେ ନିକୃଷ୍ଟ ଭଣ୍ଡାର ବ୍ୟବସ୍ଥା ହିଁ ଦାୟୀ । ସରକାର ଯଦି ଉପଯୁକ୍ତ ଭଣ୍ଡାର ବ୍ୟବସ୍ଥା ଖଞ୍ଜି ଦିଅନ୍ତେ, ବର୍ଷସାରା ସୁଲଭ ଦରରେ ଏହା ମିଳିପାରନ୍ତା । ଭଣ୍ଡାର ଅଭାବରୁ ଦେଶରେ ୪୦% ପିଆଜ ପଚିସଢ଼ି ନଷ୍ଟ ହୋଇଛି । ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଏଭଳି ଆଶ୍ଚର୍ଯ୍ୟଜନକ ତଥ୍ୟ ମିଳିଛି । ଏଥିରୁ ଜଣାପଡ଼ିଛି ଯେ ରବି ରତ୍ନରେ ହେଉଥିବା ଅମଳ ପାର୍ବଣ ଋତୁ ଅର୍ଥାତ ଅକ୍ଟୋବର -ନଭେମ୍ବର ପର୍ଯ୍ୟନ୍ତ ଲୋକଙ୍କ ଆବଶ୍ୟକତା ପୂରଣ କରିଥାଏ । ଏହାପରେ ଖରିଫ ଅମଳ ଆସିଥାଏ । କିନ୍ତୁ ଷ୍ଟୋରେଜ ଅଭାବ ଓ ପ୍ରାକୃତିକ ଦୁର୍ବିପାକ ଯୋଗୁ ୩୦-୪୦ % ପିଆଜ ସଢ଼ିଯାଇଥାଏ । କୃଷି ବିଭାଗ ଓ କିଷାନ କଲ୍ୟାଣ ସମିତି ଗୁଡ଼ିକରୁ ମିଳିଥିବା ତଥ୍ୟ ଅନୁସାରେ ଭାରତରେ ଯେତିକି ପରିମାଣର ପିଆଜ ଉପôାଦନ ହୋଇଛି, ତାହାର ମାତ୍ର ୨% ପାଇଁ ଭଣ୍ଡାର ବ୍ୟବସ୍ଥା ରହିଛି । ବାକି ୯୮% ଖୋଲାରେ ପଡ଼ିରହିଥାଏ । ଏହି କାରଣରୁ ଏହା ଧୀରେ ଧୀରେ ସଢ଼ିବା ଆରମ୍ଭ କରିଥାଏ । ଖାଲି ସେତିକି ନୁହେଁ, ଯେଉଁ ଦରରେ ପିଆଜ ପାଇକାରୀ ବାଜରରେ ପହଞ୍ଚେ ଏବଂ ଯେଉଁ ଦାମରେ ଏହା ରୋଷେଇ ଶାଳରେ ପହଞ୍ଚେ, ସେଥିରେ ବୃହତ ପାର୍ଥକ୍ୟ । ପାଇକାରୀ ବଜାରରେ ଏହା ଯେତିକି ଦରରେ ପହଞ୍ଚେ ତାହାର ଦୁଇ ଗୁଣଠାରୁ ଅଧିକ ଦରରେ ଖାଉଟିଙ୍କ ନିକଟରେ ପହଞ୍ଚିଥାଏ । ଉଦାହରଣ ଭାବେ ସୋମବାର ଦିଲ୍ଲୀରେ ପହଞ୍ଚିଥିବା ୨୨୧ ଟନ୍ ପିଆଜକୁ ନିଆଯାଇପାରେ । ପାଇକାରୀ ବଜାରରେ ଏହା କିଲୋ ପିଛା ୨୫ ଟଙ୍କାରେ ପହଞ୍ଚିଥିଲା । କିନ୍ତୁ ଲୋକଙ୍କୁ ଏହା ୬୦ ଟଙ୍କାରେ ବିକି୍ର କରାଯାଇଥିଲା । ମୁମ୍ବାଇରେ ସୋମବାର ୬,୦୦୦ ଟନ୍ ପିଆଜ ପହଞ୍ଚିଥିଲା, ଯାହାର କିଲୋ ପିଛା ଦାମ ୩୨ ଟଙ୍କା ଥିଲା । କିନ୍ତୁ ଲୋକଙ୍କ ନିକଟରେ ପହଞ୍ଚିଲା ବେଳକୁ ଏହା ୬୦ ଟଙ୍କା ଛୁଇଁଥିଲା । ପୂର୍ବ ବର୍ଷ ପ୍ରଚୁର ପିଆଜ ଉପôାଦନ ହୋଇଥିଲା । ଫଳରେ ପାଇକାରୀ ବଜାରରେ ଏହାର ମୂଲ୍ୟ ୧ ଟଙ୍କାରେ ପହଞ୍ଚିଥିଲା । ଚାଷୀମାନେ ସେମାନଙ୍କ ଉପôାଦିତ ପିଆଜକୁ ରାସ୍ତାରେ ଫିଙ୍ଗି ଦେଇଥିଲେ ।
