ପାରାଦ୍ୱୀପ :(ଲକ୍ଷ୍ମୀନାରାୟଣ ସାହୁ) : ନବରାତ୍ର ଉପଲକ୍ଷେ ପାରାଦ୍ୱୀପ ଏମ୍ପାୟାର୍ସ ହୋଟେଲ ପକ୍ଷରୁ ସେପ୍ଟେମ୍ବର ୪,୫ ଓ ୬ ତାରିଖ ଦୀର୍ଘ ୩ ଦିନ ଧରି ଆୟୋଜିତ ହେବାକୁ ଯାଉଛି ଡିସ୍କୋ ଦାଣ୍ଡିଆ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ସଂନ୍ଧ୍ୟା ୭ଟାରୁ ୧୧ପର୍ଯ୍ୟନ୍ତ ଚାଲିବ । ତେବେ ବନ୍ଦର ସହର ପାରାଦ୍ୱୀପରେ ଏପରି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିôବାର ଖବର ମିଳିଛି । ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଆଙ୍କର, ଗାୟକ, ଗାୟିକା, ନୃତ୍ୟ ଶିଳ୍ପି ଓ ଡିଜେ କଳାକାରମାନେ ସେମାନଙ୍କର କଳା ପ୍ରଦର୍ଶନ କରିବେ ବୋଲି ଏମ୍ପାୟାର୍ସ ହେଟେଲର ଜିଏମ୍ ସଂଜୟ ମିଶ୍ରଙ୍କ ଠାରୁ ପ୍ରକାଶ । ଏହି କାର୍ଯ୍ୟକ୍ରମ ଉପଭୋଗ ପାଇଁ ଟିକେଟ ମୁଲ୍ୟ ଜଣଙ୍କୁ ୪୯୯ ଟଙ୍କା ଓ କପୁଲଙ୍କ ପାଇଁ ୭୯୯ ଟଙ୍କା ଧାର୍ଯ୍ୟ କରାଯାଇଛି । ଅଗ୍ରିମ ଟିକେଟ ଓ ଏତ୍ସଂକ୍ରାନ୍ତିୟ ସବିଶେଷ ବିବରଣୀ ପାଇଁ ୯୨୩୮୦୨୩୪୧୯/୪୧୩/୪୧୪/୪୧୧ ଫୋନ ନମ୍ବର ସହ ଯୋଗାଯୋଗ କରିବା ପାଇଁ ସଂସ୍ଥା ତରଫରୁ ଏକ ପ୍ରେସ୍ ବିଜ୍ଞପ୍ତିରୁ ପ୍ରକାଶ ।
