ଆଇଇଡି ବିସ୍ଫୋରଣ

ଆଇଇଡି ବିସ୍ଫୋରଣ

ରାଜ୍ୟ ଖବର

ମାଲକାନଗିରି: ଗୁରବାର ସକାଳେ ମାଲକାନଗିରି ସୀମାନ୍ତ ଅଞ୍ଚଳର ମାଥିଲି ବ୍ଲକ୍‌ ଅନ୍ତର୍ଗତ ଛତିଶଗଡ଼କୁ ଲାଗିଥିବା ଦଣ୍ଡିପଦର ଗାଁ ନିକଟ ଜଙ୍ଗଲରେ ଆଇଇଡି ବିସ୍ଫୋରଣ ଘଟି ଜଣେ ଯବାନ ଆହତ ହୋଇଛନ୍ତି। ଆହତ ଡିଆର୍‌ଜି ଯବାନ ହେଉଛନ୍ତି ସଲବମ ମୁକ୍ତାର। ଚିକିତ୍ସା ନିମନ୍ତେ ତାଙ୍କୁ ସୁକୁମା ଡାକ୍ତରଖାନାକୁ ପଠାଯାଇଛି। ଜଙ୍ଗଲ ମଧ୍ୟରେ ଡିଆର୍‌ଜି ଯବାନମାନେ କମ୍ବିଂ ଅପରେସନ୍‌ କରୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଏବେ ସମ୍ପୃକ୍ତ ଅଞ୍ଚଳରେ ତଲାସ ଅଭିଯାନ ଜାରି ରହିଛି।