ନୂଆଦିଲ୍ଲୀ: ରାଫେଲର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଚୋରି ହୋଇଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ବର୍ତ୍ତମାନର କିମ୍ବା ପୂର୍ବତନ କର୍ମଚାରୀମାନେ ଚୋରାଇ ନେଇଛନ୍ତି । ଏହା ଏକ ଗୁପ୍ତ ତଥ୍ୟ । ତେଣୁ ସର୍ବସାଧାରଣରେ ଏହାକୁ ପ୍ରଘଟ କରିବା ଉଚିତ ନୁହେଁ । ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ ସୁପ୍ରିମକୋର୍ଟରେ ଏହା କହିଛନ୍ତି । ରାଫେଲ ସଂକ୍ରାନ୍ତୀୟ ଚୋରି ତଥ୍ୟକୁ ପିଟିସନର ବ୍ୟବହାର କରିବା ଅଫିସିଆଲ୍ସ ସିକ୍ରେଟ୍ସ ଆକ୍ଟର ଉଲ୍ଲଂଘନ କରୁଛି । ତେଣୁ ପିଟିସନରେ ଏହାକୁ ସଂଯୋଜିତ କରିବା ଉଚିତ ନୁହେଁ ବୋଲି ଆଟର୍ଣ୍ଣି ଜେନେରାଲ ଯୁକ୍ତି ବାଢିଛନ୍ତି । ଅପରପକ୍ଷରେ ଏନେଇ କେନ୍ଦ୍ର ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜ ଗୋଗୋଇ ପ୍ରଶ୍ନ କରିଛନ୍ତି । ତେବେ ଏହି ତଥ୍ୟ କିଭଳି ଚୋରି ହେଲା ସରକାର ତାହାର ତଦନ୍ତ କରୁଛନ୍ତି ବୋଲି ବେଣୁଗୋପାଳ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ।
