ଭୁବନେଶ୍ୱର:କଂଗ୍ରେସର ପାଇଁ ଓଡିଶାରେ ପ୍ରଚାର କରିବେ ୪୦ ଜଣ ଷ୍ଟାର ପ୍ରଚାରକ । ଓଡିଶା ଆସି କଂଗ୍ରେସ ପ୍ରଚାର ମଙ୍ଗ ଧରିବେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଓ ପ୍ରିୟଙ୍କା ଗାନ୍ଧି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୃପେଶ ବାଘେଲ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲ ନାଥ, ବରିଷ୍ଠ ନେତା ଗୁଲାମନବି ଆଜାଦଙ୍କ ସହ ଯୁବ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ, ଏଆଇସିସି ମହିଳା କଂଗ୍ରେସ ଅଧ୍ୟକ୍ଷ ସୁସ୍ମିତା ଦେବ, ଶର୍ମିଷ୍ଠା ମୁଖାର୍ଜି ଓ ରାଗିନୀ ନାୟକଙ୍କ ମଧ୍ୟ ଆସିବେ । କିକ୍ରେଟର ତଥା ରାଜନେତା ନବଜ୍ୟୋତ ସିଂ ସିଦ୍ଧୁ, ମହମ୍ମଦ ଆଝାରୁଦ୍ଦିନଙ୍କ ସହ ସିନେ ତାରକା ରାଜ୍ ବବର, ଅଭିନେତ୍ରୀ ବିଜୟାଶାନ୍ତି, ଖୁସବୁ ଓ ନଗମା ମଧ୍ୟ ଓହ୍ଲାଇବେ ଓଡିଶା ପ୍ରଚାର ମଇଦାନରେ । ଷ୍ଟାର କ୍ୟାମ୍ପେନର ଭାବେ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଭାରୀ ଜିତେନ୍ଦ୍ର ସିଂ, ଟି.ଏସ୍.ସିଂହଦେଓ, ବିରୋଧୀ ଦଳ ନେତା ନରସିଂହ ମିଶ୍ର , ପ୍ରଦୀପ ମାଝୀ, ଭକ୍ତଚରଣ ଦାସ, ଚିରଞ୍ଜିବୀ ବିଶ୍ୱାଳ, ରାମଚନ୍ଦ୍ର ଖୁଟିଂଆ, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ରଞ୍ଜିବ ବିଶ୍ୱାଳ, ଶରତ ପଟ୍ଟନାୟକ, ଗଣେଶ୍ୱର ବେହେରା, ପଂଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ବିଶ୍ୱରଞ୍ଜନ ମହାନ୍ତି, ଶରତ ରାଉତ, ଶିବାନନ୍ଦ ରାୟ, ପଦ୍ମାକର ଗୁରୁ ପ୍ରମୁଖ ପ୍ରଚାର କରିବେ କଂଗ୍ରେସ ପାଇଁ । ଷ୍ଟାର କ୍ୟାମ୍ପେନର ତାଲିକାରେ ମୋଟ ୪୦ ଜଣ ନେତାଙ୍କ ନାମ ଥିବାବେଳେ ଓଡିଶାର ୧୭ ଜଣ ନେତାଙ୍କ ନାମ ରହିଛି । କଂଗ୍ରେସ ଏହି ସୂଚୀ ନିର୍ବାଚନ କମିଶନଙ୍କ ନିକଯକୁ ପଠାଇଛି ।
