ମହାବଳୀପୁରମ: ତାମିଲନାଡ଼ୁ ଗସ୍ତରେ ଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ମଧ୍ୟ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ କରିଛନ୍ତି । ଶନିବାର ସକାଳୁ ସେ ନିଜେ ମହାବଳୀପୁରମ୍ରେ ସଫେଇ କରିଛନ୍ତି । ଏ ନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ମୋଦି ମହାବଳୀପୁରମ୍ ସମୁଦ୍ର ବେଳାଭୂମିରେ ସଫା କରିଛନ୍ତି । ନିଜେ ଅଳିଆ ଆବର୍ଜନା ଉଠାଇଛନ୍ତି । ପ୍ରାୟ ୩୦ ମିନିଟ୍ ଧରି ସେ ସଫେଇ କରିଥିଲେ । ସେ ରହୁଥିବା ହୋଟେଲ୍ କର୍ମଚାରୀ ଜୟରାଜଙ୍କୁ ସମସ୍ତ ଅଳିଆକୁ ଗୋଟାଇ ପିଙ୍ଗିବାକୁ ଦେଇଥିଲେ । ସର୍ବସାଧାରଣ ସ୍ଥାନକୁ ସଫା ସୁତୁରା ରଖିବାକୁ ମୋଦି ଆହ୍ୱାନ କରିଛନ୍ତି । ଏହା ସହିତ ସେ ବେଳାଭୂମିରେ ବସି କିଛି ସମୟ କଟାଇଥିଲେ ।
