୨୭୫ ରନରେ ଅଲଆଉଟ ହେଲା ଦକ୍ଷିଣ ଆଫ୍ରିକା

୨୭୫ ରନରେ ଅଲଆଉଟ ହେଲା ଦକ୍ଷିଣ ଆଫ୍ରିକା

ଖେଳ ଖବର

ପୁଣେ: ପୁଣେରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣଆଫ୍ରିକା ଦଳ ପ୍ରଥମ ଇନିଂସରେ ୨୭୫ରନରେ ଅଲଆଉଟ ହୋଇଯାଇଛି। ଭାରତ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଅଧିକ ସମୟ ତିଷ୍ଠି ପାରନଥିଲା ଦକ୍ଷିଣ ଆଫ୍ରିକା ଦଳ। ଭାରତ ପକ୍ଷରୁ ଅଶ୍ବିନୀ ୪ଟି, ଉମେଶ ଯାଦବ ୩ଟି , ମହମ୍ମଦ ଶାମି ୨ଟି ଏବଂ ଜାଡେଜା ୧ଟି ଓ୍ବିକେଟ ନେଇଛନ୍ତି। ଫଳରେ ପ୍ରଥମ ଇନିଂସରେ ଭାରତ ୩୨୬ ରନରେ ଆଗୁଆ ରହିଛି। ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ଇନିଂସରେ ଭାରତର ସ୍କୋର ୬୦୧/୫ ଥିଲା ।