ଭାରତ-ଆମେରିକା ମିଳିତ ସମରାଭ୍ୟାସ

ଭାରତ-ଆମେରିକା ମିଳିତ ସମରାଭ୍ୟାସ

ଜାତୀୟ ଖବର

ଓ୍ବାଶିଂଟନ: ଭାରତ-ଆମେରିକା ମିଳିତ ସମରାଭ୍ୟାସ ‘ବଜ୍ର ପ୍ରହାର’ ରବିବାରଠାରୁ ଆରମ୍ଭ ହେଉଛି। ଆମେରିକା ସିଟଲେର ଲୁଇସ୍‌ ମ୍ୟାକ୍‌କର୍ଡ ମିଲିଟାରୀ ବେସ୍‌ଠାରେ ଏହା ଅକ୍ଟୋବର ୨୮ ପର୍ଯ୍ୟନ୍ତ ଜାରି ରହିବ। ଏହି ୧୦ତମ ମିଳିତ ସମରାଭ୍ୟାସରେ ୪୫ ଜଣ ସଦସ୍ୟ ଅଂଶଗ୍ରହଣ କରି ବିଭିନ୍ନ ଯୁଦ୍ଧ କୌଶଳର ଅଭ୍ୟାସ କରିବେ। ସୂଚନାଯୋଗ୍ୟ, ଗତ ବର୍ଷ ଏହି ମିଳିତ ସମରାଭ୍ୟାସ୍‌ ଜୟପୁରଠାରେ ଅନୁଷ୍ଠିତ ହୋଇଥିଲା। ଏହି ମିଳିତ ସମରାଭ୍ୟାସ ନେଇ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି।