ଚୌଦ୍ବାରରେ ପୁଣି ଏନକାଉଣ୍ଟର

ଚୌଦ୍ବାରରେ ପୁଣି ଏନକାଉଣ୍ଟର

ରାଜ୍ୟ ଖବର

କଟକ: ୨୪ ଘଣ୍ଟା ଭିତରେ ଦୁଇ ଥର ଏନକାଉଣ୍ଟର କରିଛି ପୋଲିସ। ଚୌଦ୍ବାର ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧୀ ମୁନା ଦେହୁରୀକୁ ଏନକାଉଣ୍ଟର କରାଯାଇଛି। ମୁଲ୍ଲାର ଗୋଡରେ ଗୁଳି ବାଜିଛି। ମୁନା ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ଥିବା ଜଣାପଡ଼ିଛି। ଆହତ ମୁନାକୁ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ତା ନିକଟରୁ ପୋଲିସ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରିଛି। ଗତକାଲି ସେହି ଚୌଦ୍ବାର ଅଞ୍ଚଳରେ ଜିତୁ ସାହୁକୁ ଏନକାଉଣ୍ଟର କରିଥିଲା ପୋଲିସ।