ଅହମ୍ମଦାବାଦ : ଗୁଜରାଟର ଏକ ସ୍କୁଲ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପାଇଁ ଏମିତି ଅଜବ ପ୍ରଶ୍ନ ଆସିଥିଲା, ଯାହାକୁ ନେଇ ଗୁଜରାଟ ଶିକ୍ଷା ବିଭାଗର ମୁଣ୍ଡ ଗୋଳମାଳ ହୋଇଯାଇଛି । ନବମ ଶ୍ରେଣୀ ପିଲାଙ୍କ ପାଇଁ ପରୀକ୍ଷାରେ ପ୍ରଶ୍ନଟିଏ ଥିଲା ‘ଗାନ୍ଧୀ କିଭଳି ଆତ୍ମହତ୍ୟା କରିଥିଲେ?’ ଗୁଜରାଟୀ ଭାଷାରେ ପ୍ରଶ୍ନଟି ଥିଲା ଗାନ୍ଧିଜୀଏ ଆପଘାତ କରୱା ମାତେ ଶୁ କାରୟୁ’ ଅର୍ଥାତ ଗାନ୍ଧୀ କିଭଳି ଆତ୍ମହତ୍ୟା କରିଥିଲେ?’ ସୁଫଳମ ଶାଳ ବିକାଶ ସଙ୍କୁଳ’ ଅଧୀନରେ ପରିଚାଳିତ ଏକ ସେଲଫ ଫାଇନାନସି ସ୍କୁଲର ନବମ ଶ୍ରେଣୀର ପିଲାଙ୍କ ପାଇଁ ଏ ପ୍ରଶ୍ନଟି ଆସିଥିଲା । ସେହିଭଳି ଏହି ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ୟ ଏକ ଉଦ୍ଭଟ ପ୍ରଶ୍ନ ଆସିଥିଲା । ତୁମ ଅଞ୍ଚଳର ମଦ ବିକି୍ର ଅଧିକ ହେଉଛି । ଚୋରା ମଦ ବେପାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି । ଏହାର ପ୍ରତିକାର ପାଇଁ ଜିଲ୍ଲା ପୁଲିସ ମୁଖ୍ୟଙ୍କୁ ଏକ ଦରଖାସ୍ତ ଲେଖ ।’ ଏଭଳି ଏକ ଦରଖାସ୍ତ ଲେଖିବାକୁ ପ୍ରଶ୍ନ ଆସିଥିଲା । ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ଅଜବ ପ୍ରଶ୍ନ ପଡ଼ିଥିବାରୁ ଏହା ଗୁଜରାଟ ଶିକ୍ଷା ବିଭାଗର ଚିନ୍ତା ବଢ଼ାଇଛି । ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଶିକ୍ଷା ବିଭାଗ ନିଦେ୍ର୍ଧଶ ଦେଇଛି ।
