ଘର ବିକି ଗାଁ ରାସ୍ତା ତିଆରି କଲେ

ଘର ବିକି ଗାଁ ରାସ୍ତା ତିଆରି କଲେ

ଜାଣିବା କଥା

ଉତରପ୍ରଦେଶର ଦାଦ୍ରୀ ଅଂଚଳରେ ରହୁଥିବା ରାଜେଶ ଦେବୀ ନାମକ ଜଣେ ମହିଳା ନିଜର ଘରର ଅଦେ୍ର୍ଧକ ଜାଗା ବିକି୍ର କରି ସେହି ଅର୍ଥରେ ଗାଁରେ ରାସ୍ତା ନିର୍ମାଣ କରିଛନ୍ତି । ଗାଁରେ ଥିବା ଖରାପ ରାସ୍ତା ଯୋଗୁ ଅନେକ ସମୟରେ ଗ୍ରାମବାସୀ ଦୁର୍ଘଟଣାର ସମ୍ମୁଖୀନ ହେବା ସହ ବହୁ ସମସ୍ୟାରେ ପଡ଼ୁଥିଲେ । ଏ ନେଇ ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ ପ୍ରଶାସନ ଶୁଣୁନଥିଲା । ଶେଷରେ ସେ ଏହି ପଦକ୍ଷେପ ନେବାକୁ ମନ ବଳାଇଥିଲେ । ୫୫ବର୍ଷୀୟ ରାଜେଶ ଦେବୀ ନିକଟରେ ସେହି ଖରାପ ରାସ୍ତାରେ ଆସିବା ସମୟରେ ପଡ଼ିଯାଇ ଆହତ ହୋଇଥିଲେ । ପରେ ଚିକିତ୍ସା ହୋଇ ହସପିଟାଲରୁ ଫେରିବା ସେ ରାସ୍ତା ନିର୍ମାଣ କରିବାକୁ ମନସ୍ତ କରିଥିଲେ । ଅର୍ଥାଭାବ ଯୋଗୁ ସେ ଶେଷରେ ନିଜର ଘରର କିଛି ଅଂଶ ବିକ୍ରି କରିଦେଇଥିଲେ ।