ନୂଆଦିଲ୍ଲୀ: ସରକାରୀ ବାସଭବନ ଛାଡ଼ିନ ଥିବା ୨୭ ଜଣ ପୂର୍ବତନ ସାଂସଦଙ୍କୁ ବିଦୁ୍ୟତ, ପାଣି ଓ ଗ୍ୟାସ ଯୋଗାଣ ବନ୍ଦ କରିବା ଲାଗି ଲୋକସଭା ଗୃହ କମିଟି ମଙ୍ଗଳବାର ନିଦେ୍ର୍ଧଶ ଦେଇଛି । ଆବଶ୍ୟକ ସ୍ଥଳେ ପୁଲିସର ସହୟତା ନେବାକୁ ମଧ୍ୟ କମିଟି ଅନୁମତି ପ୍ରଦାନ କରିଛି । ଏହି ସାଂସଦମାନେ ଯେଭଳି ସରକାରୀ ବାସଭବନ ଗୁଡ଼ିକ ଛାଡ଼ିବେ ସେଥି ନେଇ ଦିଲ୍ଲୀ ପୁଲିସର ସହାୟତା ନେବାକୁ ସାଂସଦ ସି.ଆର ପାଟିଲଙ୍କ ନେତୃତ୍ୱ ଏହି କମିଟି ନିଷ୍ପତ୍ତି ନେଇଛି । ଲୋକସଭା ଭଙ୍ଗର ୧ ମାସ ମଧ୍ୟରେ ପୂର୍ବତନ ସାଂସଦମାନେ ସରକାରୀ ଘର ଛାଡ଼ିବା ଉଚିତ ।
