ପବିତ୍ର ମକ୍କା ନଗରୀ ନିକଟରେ ବସ୍‌ ଦୁର୍ଘଟଣା ଯୋଗୁଁ ୩୫ ଯାତ୍ରୀ ମୃତ

ପବିତ୍ର ମକ୍କା ନଗରୀ ନିକଟରେ ବସ୍‌ ଦୁର୍ଘଟଣା ଯୋଗୁଁ ୩୫ ଯାତ୍ରୀ ମୃତ

ଜାତୀୟ ଖବର

ମଦିନା : ସୌଦିର ମଦିନା ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ ୩୫ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ ସହିତ ଏକ ଏକ୍ସାଭେଟର ଧକ୍କା ହେବାରୁ ବସ୍‌ଟି ଅଲ୍‌ ଆଖାଲ କେନ୍ଦ୍ରଠାରେ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ସ୍ଥାନୀୟ ଅଲ୍‌ ହାମ୍‌ନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ମୃତକଙ୍କ ମଧ୍ୟରେ ଏସିଆ ଏବଂ ଆରବର ତୀର୍ଥଯାତ୍ରୀ ଥିବା କୁହାଯାଉଛି।