ବିଜେପୁର: ବିଜେପୁରରେ ଉପନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ମତଦାନ ଶେଷ ହୋଇଛି। ରିପୋର୍ଟ ଅନୁସାରେ ଉପନିର୍ବାଚନରେ ବିଜେପୁରବାସୀ ସନ୍ଧ୍ୟା ୫ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏହି ସୂଚନା ଦେଇଛନ୍ତି। ମତଦାନ ଶେଷ ହୋଇଥିବା ବେଳେ ପୁଲିଂ ଅଧିକାରୀ ଓ କର୍ମଚାରୀମାନେ ରାତି ସୁଦ୍ଧା ପଦ୍ମପୁରରେ ପ୍ରସ୍ତୁତ କରାଯାଇଥିବା ଷ୍ଟ୍ରଙ୍ଗ ରୁମ୍ରେ ଇଭିଏମ୍ ଓ ଅନ୍ୟ ସାମଗ୍ରୀ ଦାଖଲ କରିବେ। ନିର୍ବାଚନ ଫଳାଫଳ ଅକ୍ଟୋବର ୨୪ରେ ପ୍ରକାଶ ପାଇବ। ଭୋଟ ଗଣତି ଅକ୍ଟୋବର ୨୪ରେ ପଦ୍ମପୁରସ୍ଥିତ ଅଞ୍ଚଳ ମହାବିଦ୍ୟାଳୟ ଠାରେ ପୂର୍ବାହ୍ଣ ୮ଟାରୁ ଆରମ୍ଭ ହେବ।
