ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ହେବେ ଓଡ଼ିଆ ପୁଅ ଗିରୀଶ

ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ହେବେ ଓଡ଼ିଆ ପୁଅ ଗିରୀଶ

ଜାତୀୟ ଖବର

ନୂଆଦିଲ୍ଲୀ: ପୁଣି ଜଣେ ଓଡ଼ିଆଙ୍କୁ କେନ୍ଦ୍ରରେ ଗୁରୁତ୍ବ। ଭାରତର ସବୁଠାରୁ ଚର୍ଚ୍ଚିତ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ ହେବେ ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ। ସେ ବର୍ତ୍ତମାନ ଅର୍ଥମନ୍ତ୍ରଣାଳୟରେ ଏକ୍ସପେଣ୍ଡିଚର ସଚିବ ଦାୟିତ୍ୱରେ ଅଛନ୍ତି। ଓଡ଼ିଶାର ମୟୁରଭଞ୍ଜ ବେତନଟୀଠାରେ ଜନ୍ମିତ ମୁର୍ମୁ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ରାଜନୀତିକ ବିଜ୍ଞାନରେ ପିଜି କରିଛନ୍ତି। ଏହାପରେ ସେ ବର୍ମିଂହାମ୍‌ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ। ପୂର୍ବରୁ ନରେନ୍ଦ୍ର ମୋଦିଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସେ ପ୍ରିନ୍ସିପାଲ ସେକ୍ରେଟାରୀ ଦାୟିତ୍ୱ ତୁଲାଇଥିଲେ। ବର୍ତ୍ତମାନ ଜମ୍ମୁ-କଶ୍ମୀର ରାଜ୍ୟପାଳ ଥିବା ସତ୍ୟପାଲ ମଲିକ୍‌ ଗୋଆ ରାଜ୍ୟପାଳ ହେବେ। ଅନ୍ୟପକ୍ଷରେ ରାଧାକୃଷ୍ଣ ମାଥୁର ଲଦାଖ ଉପରାଜ୍ୟପାଳ ହେବ।