ଶୀତ ଦିନରେ ସୁପ୍ ପିଇବାର ମଜା ନିଆରା। ହେଲେ ପ୍ରତିଦିନ ରେଷ୍ଟୁରାଣ୍ଟ ଯିବା ତ ସମ୍ଭବ ନୁହେଁ। ତେଣୁ କିପରି ଆପଣମାନେ ଘରେ ଏହି ସୁପ୍ ବନାଇପାରିବେ, ଯାହା ଆପଣଙ୍କୁ ରେଷ୍ଟୁରାଣ୍ଟ ଭଳି ସ୍ୱାଦ ଦେବା ସହ ଶରୀର ପାଇଁ ସୁସ୍ଥ ରହିବ। ଆପଣମାନେ ଭାବୁଥିବେ ସୁପ୍ ବନାଇବା ବହୁତ କଷ୍ଟ । କିନ୍ତୁ ଏହା ବହୁତ ସହଜ। ଆସନ୍ତୁ ଜାଣିନେବା କିପରି ବନାଇବେ ଭଜା ଟମାଟର ସୁପ୍। ଆବଶ୍ୟକ ସାମଗ୍ରୀ : – ୩ କପ୍ ଟମାଟର (ଲମ୍ବା କଟା ହୋଇଥିବା) – ୧/୪ ଅଲିଭ ଅଏଲ – ୧ ଚାମଚ ଲୁଣ – ୧ ଚାମଚ ଗୋଲମରିଚ ଗୁଣ୍ଡ – ୧ ଚାମଚ ବଟର – ୨ଟି ବଡ ପିଆଜ( କଟା ହୋଇଥିବା) – ୬ କୋଲା ରସୁଣ ( ଛୋଟ କଟା ହୋଇଥିବା) – ୧/୪ ଚିଲି ଫ୍ଲେକ୍ସ – ୨ କପ୍ କ୍ୟାନଡ ପ୍ଲମ ଟମାଟର – ୧ କପ୍ ତୁଳସୀ ପତ୍ର – ୧ କପ୍ ଜୁଆଣି ପତ୍ର – ୨ କପ ଚିକେନ ଷ୍ଟକ ( ଏହି ପାଣି ବ୍ୟବହାର କରିବେ) – ୧ ଚାମଚ ଚିନି ଏହାସହ ପଢ଼ନ୍ତୁ ; ପାଚନକ୍ରୀୟାରେ ସାହାଯ୍ୟ କରିଥାଏ ସପୁରୀ ରସ, ଏମିତି କରନ୍ତୁ ପ୍ରସ୍ତୁତ ପ୍ରସ୍ତୁତ ପ୍ରଣାଳୀ : ମାଇକ୍ରୋଓଭେନକୁ ପୂର୍ବରୁ୨୦୦ ଡିଗ୍ରୀ ପ୍ରିହିଟ୍ କରି ରଖନ୍ତୁ। ଏବେ ଟମାଟର ଦୁଇ କପ୍ ଅଲିଭ ଅଏଲ, ଲୁଣ ଏବଂ ଗୋଲମରିଚ ମିଶାଇ ଏହା ଭିତରେ ୨୦ ମିନିଟ ପର୍ଯ୍ୟନ୍ତ ରଖିଦିଅନ୍ତୁ। ଏବେ ଏକ ବଡ ପ୍ୟାନରେ ଦୁଇ ଚାମଚ ଅଲିଭ ଅଏଲ ଏବଂ ଲହୁଣୀ ଗରମ କରି ପିଆଜ ଏବଂ ରସୁଣ ମଧ୍ୟ ଭାଜି ନିଅନ୍ତି। ଏବେ ପିଆଜ ଭାଜି ହୋଇଯିବା ପରେ ସେଥିରେ ଚିଲ୍ଲି ପ୍ଲେକ୍ସ, କ୍ୟାନଡ ଟମାଟର, ତୁଳସୀ, ଜୁଆଣି ଏବଂ ଚିକେନ ଷ୍ଟକ ପକାଇ ମିଶାଇ ଦିଅନ୍ତୁ। ଏବେ ଏଥିରେ ଭଜା ହୋଇଥିବା ଟମାଟରକୁ ପକାଇ ୨୦ ମିନିଟ ପର୍ଯ୍ୟନ୍ତ ଘୋଡାଇ ଦିଅନ୍ତୁ। ଏବେ ଏଥିରେ ଚିନି ମିଶାଇ ଘାଣ୍ଟିଦିଅନ୍ତୁ। ଏବେ ସୁପ୍କୁ ଛାଣି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଭଜା ଟମାଟର ସୁପ୍। ଏବେ ଏହାକୁ ଆପଣ ଥଣ୍ଡା କିମ୍ବା ଗରମ ପରଷି ପାରିବେ।
