ଟିକ୍‌ଟକ୍‌ରେ ଶ୍ରୀମନ୍ଦିର ଭିଡିଓ ଭାଇରାଲ ମାମଲା; ନାବାଳିକା ଅଟକ

ଟିକ୍‌ଟକ୍‌ରେ ଶ୍ରୀମନ୍ଦିର ଭିଡିଓ ଭାଇରାଲ ମାମଲା; ନାବାଳିକା ଅଟକ

ରାଜ୍ୟ ଖବର

ପୁରୀ: ଟିକ୍‌ଟକରେ ପୁରୀ ଶ୍ରୀମନ୍ଦିର ବେଢା ଭିତର ଦୃଶ୍ୟର ଭିଡ଼ିଓ ଭାଇରାଲ ହେବା ଘଟଣାରେ ପୁଲିସ ଜଣେ ନାବାଳିକାଙ୍କୁ ଅଟକ ରଖିଛି। ନାବାଳିକା ଜଣକ ପୁରୀ ଜିଲା ନିମାପଡ଼ା ଅଞ୍ଚଳର। ପୁଲିସ ତାଙ୍କୁ ଅଟକ ରଖି କେଉଁ ପରିସ୍ଥିତିରେ ଭିଡିଓ ଉତ୍ତୋଳନ କରି ତାହାକୁ ଭାଇରାଲ କଲେ ସେ ନେଇ ପଚରାଉଚରା କରୁଛି। ସୂଚନାଯୋଗ୍ୟ, ଭିଡ଼ିଓଟିରେ ଶ୍ରୀମନ୍ଦିରର ବେଢା ଭିତର ଭୋଗ ମଣ୍ଡପର ଦୃଶ୍ୟ ରହିଛି। ଶ୍ରୀମନ୍ଦିରର ପ୍ରବେଶ ଦ୍ବାର ଏବଂ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ବେ ମୋବାଇଲ ଭିତରକୁ କିପରି ଗଲା ଏବଂ ସେଥିରେ ଭିଡିଓ ଉତ୍ତୋଳନ କିପରି କରାଗଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।