ଭାତ ଓ ଡାଲି ଖାଇଲେ କ’ଣ ହୁଏ ?

ଭାତ ଓ ଡାଲି ଖାଇଲେ କ’ଣ ହୁଏ ?

ହାଣ୍ଡିଶାଳ

ଆମେ ଦେଶୀ ଲୋକ ଏବେ ବିଦେଶୀ ବ୍ୟଞ୍ଜନ ପଛରେ ଧାଇଁଛେ । ବିଦେଶୀ ଖାଦ୍ୟର ଭିନ୍ନ ନାମ ଓ ସ୍ୱାଦରେ ଏକରକମ ବାନ୍ଧି ହୋଇଗଲେଣି । ଏ ଭିତରେ କିନ୍ତୁ ନିଜ ଦେଶୀ ସ୍ୱାସ୍ଥ୍ୟପ୍ରଦ ଭୋଜନର ଉପକାରିତା ଯେ ଆମେ ଭୁଲିଗଲେଣି । ଭାରତର ପାରମ୍ପରିକ ଭୋଜନ ଭାବେ ‘ଭାତ-ଡାଲି’ ଜଣାଯାଏ । ପ୍ରାଚୀନ କାଳରୁ ଶୁଦ୍ଧ ଦେଶୀ ଘିଅ ସହ ଭାତ ଡାଲି ଲୋକେ ଖାଇ ଏକ ସୁସ୍ଥପ୍ରଦ ଜୀବନ ଅତିବାହିତ କରୁଥିଲେ । ନିକଟରେ ଜର୍ମାନୀର ଲୁ୍ୟବେକ ବିଶ୍ୱ ବିଦ୍ୟାଳୟର ଗବେଷକ ସମୂହ ଏହି ‘ଭାତ ଡାଲି’ ଉପରେ ଗବେଷଣା କରି ପ୍ରକାଶ କରିଛନ୍ତି ଯେ ନିୟମିତ ଏହି ଭୋଜନ କଲେ ବଂଶାନୁକ୍ରମିକ ରୋଗରୁ ମଧ୍ୟ ବର୍ତ୍ତି ହେବ । ପୋଷକ ତତ୍ତ୍ୱ ଭରପୁର ‘ଭାତ-ଡାଲି’ ଖାଇଲେ କୌଣସି ପେଟ ସମସ୍ୟା ହୋଇନଥାଏ । ବରଂ ବିଭିନ୍ନ ପ୍ରକାରର ଡାଲି ନିୟମିତ ଖାଇଲେ ଶରୀରକୁ ପ୍ରଚୁର ପରିମାଣରେ ଶକ୍ତି ମିଳେ । ଆମ ଶରୀରକୁ ଫାଇବରର ଆବଶ୍ୟକତା ଅଧିକ ଅଛି । ମଧୁମେହ ରୋଗୀଙ୍କ ନିମନ୍ତେ ମଧ୍ୟ ‘ଭାତ-ଡାଲି’ ଏକ ଉତ୍ତମ ଭୋଜନ । ପ୍ରତ୍ୟହ ‘ଭାତ-ଡାଲି’ ସହ ସିଝା ତରକାରି ଖାଇଲେ ରକ୍ତ ଶର୍କରା ନିୟନ୍ତ୍ରିତ ରହେ । ଗବେଷକଙ୍କ ମତରେ, ଏହା ଏକ ଭୁଲ ଧାରଣା ଯେ ଭାତ ଖାଇଲେ ଓଜନ ବଢ଼ିଥାଏ । ବରଂ ନିୟମିତ ଦ୍ୱିପହର ଓ ରାତି୍ରଭୋଜନରେ ଆପଣ ଭାତ ଖାଇ ଓଜନ କମ୍ କରିପାରିବେ । ଘରେ ସୁଆଦିଆ ଭେଜ ବିରିଆନୀ, ଫ୍ରାଏଡ ରାଇସ୍, ପଲାଓ ଇତ୍ୟାଦି ତିଆରି କରି ଖାଆନ୍ତୁ ।