ବିଜେପିକୁ ଫେରିବେ ବିଜୟ

ବିଜେପିକୁ ଫେରିବେ ବିଜୟ

ରାଜନୀତି

ବରିଷ୍ଠ ନେତା ବିଜୟ ମହାପାତ୍ର ପୁଣି ବିଜେପିକୁ ଫେରିବେ । ଗତବର୍ଷ ନଭେମ୍ବର ୩୦ରେ ଦଳରୁ ଇସ୍ତଫା ଦେଇଥିବା ଏହି ଭେଟେରାନ୍ ଲିଡର ପୁଣି ଭାରତୀୟ ଜନତା ପାର୍ଟିରେ ସାମିଲ ହେବାନେଇ ଚର୍ଚ୍ଚା ଜୋର ଧରିଛି । ଯଦି ସବୁକିଛି ଠିକ୍ ହୁଏ ତେବେ ଆଜି ପଦ୍ମ ପୋଖରୀରେ ସାମିଲ ହେବେ । ବିଜୟ ସାମିଲ ହେବା ପରେ ବିଜେପିର ଶକ୍ତି କେନ୍ଦ୍ରାପଡା ଜିଲ୍ଲାରେ ଆହୁରି ମଜବୁତ ହେବ । ଦଳ ସୁଦୃଢ ହେବ । ୧୯୯୭ରେ ବିଜୁ ଜନତା ଦଳ ଗଠରେ ବି ତାଙ୍କ ପ୍ରମୁଖ ଭୂମିକା ଥିଲା । ସେ ଦଳର ରାଜନୈତିକ ବ୍ୟାପାର କମିଟିର ମୁଖ୍ୟ ବି ଥିଲେ । ୨ ହଜାର ମସିହାରେ ତାଙ୍କ ଟିକେଟ କାଟିଦିଆଯାଇଥିଲା । ଏହାପରେ ବିଜେଡି ଛାଡି ବିଜୟ ମହାପାତ୍ର ଗଠନ କରିଥିଲେ ଓଡିଶା ଗଣ ପରିଷଦ । କିନ୍ତୁ ଏଥିରେ ସଫଳତା ନ ପାଇ ୨୦୦୯ରେ ବିଜେପିରେ ସାମିଲ ହୋଇଥିଲେ । ଗତବର୍ଷ ନଭେମ୍ବର ମାସରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡିବା ପରେ ଆଜି ପୁଣି ବିଜେପିରେ ସାମିଲ ହେଉଛନ୍ତି ବିଜୟ ମହପାତ୍ର ତେବେ ଆଉ କିଛି ସମୟ ପରେ ବିଜୟ ମହାପାତ୍ର ଦଳର ରାଜ୍ୟ କାର୍ଯ୍ୟାଳୟରେ ପହଁଚିବା ନେଇ ଖବର ମିଳୁଛି । ତାଙ୍କୁ ଦଳ ମହାକାଳପଡା କିମ୍ବା ପାଟକୁରାରୁ ପ୍ରାର୍ଥୀ କରିପାରେ ବୋଲି ଅନୁମାନ କରାଯାଉଛି ।